fbpx

ଭୁବନେଶ୍ୱରରେ କରୋନା ସ୍ଥିତିକୁ ନେଇ କଣ କହିଲେ ବିଏମସି କମିଶନର? ଜାଣନ୍ତୁୁ

ଭୁବନେଶ୍ୱର, ୨୨ା୮(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏବେ କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସିରୋ ସର୍ଭେରୁ ଜଣାପଡ଼ୁଛି ଯେ ଭୁବନେଶ୍ୱର କମ୍ ପ୍ରଭାବିତ ହୋଇଛି । ଆକ୍ରାନ୍ତଙ୍କୁ ଚିହ୍ନଟ ପାଇଁ ଅଧିକରୁ ଅଧିକ ପରୀକ୍ଷା ଉପରେ ଜୋର ଦିଆଯାଉଛି । ଦିନକୁ ପ୍ରାୟ ୩ହଜାର ଟେଷ୍ଟ କରାଯାଉଛି ।

ଏବେ ଭୁବନେଶ୍ୱରରେ ସଂକ୍ରମଣ ପ୍ରାୟ ଶୀର୍ଷରେ ଅଛି । ତେଣୁ ବର୍ତ୍ତମାନ ଆମକୁ ଅଧିକ ସଜାଗ ରହିବାକୁ ହେବ । ବିଏମସି ଅଞ୍ଚଳରେ ୪ହଜାରରୁ ଅଧିକ ଶଯ୍ୟା ରହିଛି । ୪୦ ପ୍ରତିଶତ ଶଯ୍ୟା ଏବେ ବି ଖାଲି ଅଛି । ଅନ୍ୟପଟେ ହୋମ ଆଇସୋଲେସନ ରହି ପ୍ରାୟ ୬ଶହ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ୮୦ ପ୍ରତିଶତ ଆକ୍ରାନ୍ତ ଲକ୍ଷଣ ବିହୀନ ବୋଲି କମିଶନର କହିଛନ୍ତି । ଏହାସହ ଅଗଷ୍ଟ ୩୧ ବେଳକୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୪୨୯ ପହଞ୍ଚିପାରେ ଓ ସେହିପରି ସେପ୍ଟମ୍ବର ୧୫ ବେଳକୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫ହଜାର ପହଞ୍ଚିପାରେ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.