fbpx

୩ ମହଲାରୁ ପାଇପ୍ ଯୋଗେ ତଳକୁ ଡେଇଁ ମହିଳା ରୋଗୀ ଫେରାର୍

ମେରଠ,୨୨ ।୮: ମେରଠର ଏକ ମେଡିକାଲ କଲେଜରେ ଭର୍ତ୍ତି ହୋଇଥିବା ମହିଳା ରୋଗୀ ପାଇପ୍ ସାହାର୍ଯ୍ୟରେ ତଳକୁ ଡେଇଁ ଫେରାର୍ ମାରିଛନ୍ତି । ଏହାର ସୂଚନା ପାଇବା ପରେ କଲେଜ ପ୍ରଶାସନରେ ହଇଚଇ ସୃଷ୍ଟି ହୋଇଛି । ପରେ ସମସ୍ତେ ମହିଳାଙ୍କୁ ଖୋଜିବା ଆରମ୍ଭ କରିଥିଲେ । ତେବେ ପାଇପ୍ ସାହାର୍ଯ୍ୟରେ ତଳକୁ ଯାଇଥିବା ମହିଳାଙ୍କ ଫଟୋ ଏକ ସିସିଟିଭରେ କଏଦ ହୋଇଥିଲା । ଏବେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କୁହାଯାଉଛି ଯେ, ଅଯୋଧ୍ୟାରେ ରହୁଥିବା ମହିଳାଙ୍କୁ ଚାନ୍ଦନୀ ମେଡିକାଲରେ ସାଇକ୍ରେଟ୍ରିକ୍ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ଡାକ୍ତରମାନେ କହିଛନ୍ତି ଯେ, ତାଙ୍କର ମୁଣ୍ଡ ଭଲରେ କାମ କରୁନଥିଲା । ସେ ପାଇପ୍ ସାହାରାରେ ତଳକୁ ଓହ୍ଲାଇ ଖସି ପଳାଇଥିଲେ । ତାଙ୍କୁ ଖୋଜିବା ପାଇଁ ମେଡିକାଲ ପ୍ରଶାସନ ପକ୍ଷରୁ ଚେଷ୍ଟା ଜାରି ରହିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ମହିଳା ରୋଗୀଙ୍କ ବିଷୟରେ କୌଣସି ସୂଚନା ମିଳିନାହିଁ ।

Get real time updates directly on you device, subscribe now.