fbpx

ନୂଆବର୍ଷରେ ସମସ୍ତ ଗାଡ଼ିଚାଳକଙ୍କ ପାଇଁ ସରକାରଙ୍କ ଉପହାର: DL, RC ପରି ସମସ୍ତ ପରିବହନ ସେବା ମିଳିବ ଅଧା ଖର୍ଚ୍ଚରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପରିବହନ ବିଭାଗ ପକ୍ଷରୁ ସମସ୍ତ ସମସ୍ତ ଜନସାଧାରଣଙ୍କୁ ନୂଆ ବର୍ଷ ଉପଲକ୍ଷେ ଭେଟି ଦିଆଯାଇଛି । ଏଣିକି ଗାଡ଼ି ପଞ୍ଜିକରଣ, ଡ୍ରାଇଭିଂ ଲାଇସେନ୍ସ (ଡିଏଲ) ଭଳି ସମସ୍ତ ପରିବହନ ସେବା ଅଧା ଖର୍ଚ୍ଚରେ ଉପଲବ୍ଧ ହେବ । ବିଶେଷ କରି ପେପର ଡକ୍ୟୁମେଣ୍ଟ ପାଇଁ ଆଉ ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଏବେ ସମସ୍ତ ଡକ୍ୟୁମେଣ୍ଟ ଅନଲାଇନରେ ମିଳିବ ଓ ଜନସାଧାରଣ ତାହାକୁ ଡାଉନଲୋଡ୍ କରି ବ୍ୟବହାର କରିପାରିବେ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ମୁତାବକ, ଏଣିକି ଗାଡ଼ିର କୌଣସି ଡକ୍ୟୁମେଣ୍ଟ ଆଉ ପୋଷ୍ଟାଲରେ ପଠାଯିବ ନାହିଁ । ଡିଏଲ, ଆରସି ଆଦିର ସମସ୍ତ ପିଡିଏଫ୍ ଫର୍ମାଟ ଏମ-ପରିବହନ ୱେବସାଇଟରେ ମିଳିବ । ପୂର୍ବରୁ ଡକ୍ୟୁମେଣ୍ଟ ପ୍ରଦାନ କରୁଥିବା ସ୍ମାର୍ଟ ଚିପ୍ କମ୍ପାନୀର ଚୁକ୍ତିର ଅବଧି ସରିଯାଇଥିବାରୁ ସରକାର ଏହି ପଦକ୍ଷେପ ନେଇଛନ୍ତି । ପୂର୍ବରୁ ଯେଉଁମାନେ ଡକ୍ୟୁମେଣ୍ଟ ପାଇବା ପାଇଁ ଅର୍ଥ ଜମା କରିଥିବେ, ସେମାନଙ୍କର ଡକ୍ୟୁମେଣ୍ଟ ପୋଷ୍ଟାଲରେ ପଠାଯିବ । ସୂଚନାଯୋଗ୍ୟ ଯେ, ପୂର୍ବରୁ ଆରସି ପାଇଁ ୨୮୮ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିବା ବେଳେ ଏବେ ୧୪୦ ଟଙ୍କା ଦେବାକୁ ହେବ । ସେହିପରି ଡିଏଲ ପାଇଁ ୨୭୪ ବଦଳରେ ୧୪୦, ଫିଟନେସ, ପରମିଟ ଓ ଲର୍ଣ୍ଣିଂ ପାଇଁ ୨୨ ଟଙ୍କା ବଦଳରେ ମାଗଣାରେ ମିଳିବ । କୌଣସି ବ୍ୟକ୍ତି ଡିଏଲ ବା ଅନ୍ୟ ସେବା ପାଇଁ ଆବେଦନ କରିବା ପରେ ତାଙ୍କ ମୋବାଇଲକୁ ଆସିଥିବା ମେସେଜକୁ ଆଧାର କରି ସେ ୱେବସାଇଟରୁ ଗାଡ଼ିର ଡକ୍ୟୁମେଣ୍ଟ ଡାଉନଲୋଡ୍ କରିପାରିବେ ।

Get real time updates directly on you device, subscribe now.