fbpx
BJD SKY
BJD SKY

ଏଣିକି ଭିତରକନିକା ଏବଂ ଚିଲିକାକୁ ଜଗି ରହିବ ଡ୍ରୋନ: ପର୍ଯ୍ୟବେକ୍ଷଣ ପାଇଁ ହେବ ବ୍ୟବସ୍ଥା

BJD

ଓଡିଶାର ପର୍ଯ୍ୟଟନସ୍ଥଳୀ ଏବଂ ଏହାର ସୁରକ୍ଷାକୁ ନେଇ ସରକାର ନେଇଛନ୍ତି ଆଉ ଏକ ବଡ ପଦକ୍ଷେପ । ପଶୁପକ୍ଷୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି । ଫଳରେ ଏବେ ବେଆଇନ କାର୍ଯ୍ୟକଳାପରୁ ମୁକ୍ତ ରହିବ ପର୍ଯ୍ୟଟନସ୍ଥଳୀ । ବିଶେଷ କରି ପକ୍ଷୀ ଏବଂ କୁମ୍ଭୀରଙ୍କ ପାଇଁ ଚିଲିକା ଓ ଭିତରକନିକା ଉପରେ ସରକାର ପ୍ରଥମ ଗୁରୁତ୍ୱ ଦେଇଛନ୍ତି । ଏହି ଅଞ୍ଚଳରେ ଡ୍ରୋନ ଲଗାଯିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଥିପାଇଁ ୪ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ ।

ସୂଚନା ଅନୁସାରେ ଚିଲିକା ଏବଂ ଭିତରକନିକାରେ ଏବେ ଡ୍ରୋନ ଦ୍ୱାରା ପର୍ଯ୍ୟବେକ୍ଷଣ କରାଯିବା ପାଇଁ ବ୍ୟବସ୍ଥା କରାଯାଉଛି । ଏବେ ଏଠାରେ ହେଉଥିବା ବେଆଇନ ଚିଙ୍ଗୁଡି ଘେରିକୁ ଠାବ କରିବ ଡ୍ରୋନ । ତେବେ ଏ ନେଇ ସମସ୍ତ ବ୍ୟବସ୍ଥା କରିବାକୁ ୪ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଛି । ଚିକିକା ପକ୍ଷୀବିହାର ପରିବ୍ୟାପ୍ତ ଥିବା ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଏବଂ ଭିତରକନିକା ପାଇଁ କେନ୍ଦ୍ରାପଡାର ଜିଲ୍ଲାପାଳଙ୍କୁ ଏନେଇ ସୂଚନା ଦେଇଛନ୍ତି ହାଇକୋର୍ଟ । ଏହି ବ୍ୟବସ୍ଥାରେ ଖର୍ଚ୍ଚ ହେବାକୁ ଥିବା ସମସ୍ତ ଟଙ୍କା ରାଜ୍ୟ ସରକାର ଯୋଗାଇବେ ବୋଲି କୁହାଯାଇଛି । ତେବେ ଏଠାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମାନୁଆଲ ପେଟ୍ରୋଲିଂ କରାଯାଉଥିଲେ ମଧ୍ୟ ପ୍ରକୃତ ତଥ୍ୟ ମିଳିବା ସମ୍ଭବ ହେଉନାହିଁ । ତେଣୁ ଡ୍ରୋନ କ୍ୟାମେରା ଲଗାଇ ଏହି ତଥ୍ୟ ହାସଲ କରିବା ପାଇଁ ଚେଷ୍ଟା କରୁଛନ୍ତି ସରକାର । ତେବେ ଏହି ଯୋଜନାକୁ ହାଇକୋର୍ଟ ମଧ୍ୟ ମଞ୍ଜୁରୀ ଦେଇ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଚିଲିକା ଏବଂ ଭିତରକନିକା ଆଦ୍ରଭୂମି ସୁରକ୍ଷା ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣିରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ ଆଧାରରେ ହାଇକୋର୍ଟ ନିଜ ଆଡୁ ଏହି ମାମଲା ଦାୟର କରିଛନ୍ତି। ପୂର୍ବରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପ୍ରଶାସନ ପକ୍ଷରୁ ବ୍ୟାପକ ଭାବେ ଉଚ୍ଛେଦ କରାଯାଉଥିଲେ ମଧ୍ୟ ବେଆଇନ ଚିଙ୍ଗୁଡ଼ି ଘେରି ପୁଣି ଗଢି ଉଠୁଥିବା ନେଇ ଇଜ୍ଞସମଙ୍କଗ୍ଦ ମଙ୍କକ୍ସସବର କୋର୍ଟଙ୍କୁ ଅବଗତ କରିଥିଲେ।

Get real time updates directly on you device, subscribe now.