fbpx

ଏବେ ସହଜରେ ମିଳିବ ହୋମ୍ ଲୋନ୍, ଜାଣନ୍ତୁ କେଉଁ ବ୍ୟାଙ୍କ ଦେଉଛି ଏହି ସୁବିଧା

ଓଡ଼ିଶା ଭାସ୍କର: ପ୍ରତ୍ୟେକ ବ୍ୟକ୍ତିର ସ୍ୱପ୍ନ ଥାଏ ଯେ ସେ ନିଜ ଘରେ ରହିବ । କିନ୍ତୁ ଅଧିକାଂଶ କ୍ଷେତ୍ରରେ ଅର୍ଥାଭାବ କାରଣରୁ ବ୍ୟକ୍ତି ଜଣଙ୍କୁ ଭଡ଼ା ଘରେ ରହିବାକୁ ପଡ଼ିଥାଏ । ଆଜିକାଲି ହୋମ୍ ଲୋନ୍ କରିଲେ ମଧ୍ୟ ଟଙ୍କା ସୁଝିବାରେ ଅଣ୍ଟା ଭାଙ୍ଗିଯାଉଛି । କାରଣ ଅଧିକାଂଶ ବ୍ୟାଙ୍କ ଅଧିକ ସୁଧରେ ଗ୍ରାହକଙ୍କୁ ଋଣ ପ୍ରଦାନ କରିଥାନ୍ତି । ବର୍ତ୍ତମାନ ଆଉ ଚିନ୍ତା କରନ୍ତୁ ନାହିଁ । ବର୍ତ୍ତମାନ ନିଜ ଘରେ ରହିବାର ସ୍ୱପ୍ନ ପୂରା ହେବ । ଏହି ସବୁ ବ୍ୟାଙ୍କ ଗ୍ରାହକଙ୍କୁ କମ୍ ସୁଧରେ ଋଣ ପ୍ରଦାନ କରିଥାନ୍ତି ।

୧. PaisaBazaar.com ଅନୁଯାୟୀ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହି ସମୟରେ ସବୁଠାରୁ ଶସ୍ତା ଗୃହ ଋଣ ପ୍ରଦାନ କରୁଛି । ବ୍ୟାଙ୍କର ସୁଧ ହାର ବାର୍ଷିକ ୮.୩୦%ରୁ ଆରମ୍ଭ ହୋଇଥାଏ । ବ୍ୟାଙ୍କ ୩୦ ବର୍ଷ ପର୍ଯ୍ୟନ୍ତ ପ୍ରପର୍ଟି ମୂଲ୍ୟର ୯୦% ପର୍ଯ୍ୟନ୍ତ ଋଣ ରାଶି ପ୍ରଦାନ କରିଥାଏ । ଗୃହ ଋଣ ଗ୍ରାହକଙ୍କ ପାଇଁ ଓଭରଡ୍ରାଫ୍ଟ ଏବଂ ଲୋନ୍ ବାଲାନ୍ସ ଟ୍ରାନ୍ସଫର ସୁବିଧା ମଧ୍ୟ ରହିଛି ।

୨. ଦେଶର ସବୁଠାରୁ ବଡ଼ ଘରୋଇ ବ୍ୟାଙ୍କ HDFC Bank ଗୃହ ଋଣ ମାମଲାରେ ଲାଭଦାୟକ ଅଟେ । PaisaBazaar.com ଅନୁଯାୟୀ ଏହି ବ୍ୟାଙ୍କ ୩୦ ଲକ୍ଷ ଠାରୁ ଆରମ୍ଭ କରି ୭୫ ଲକ୍ଷ ପର୍ଯ୍ୟନ୍ତ ଗୃହ ଋଣ ୮.୩୩% ସୁଧହାରରୁ ଆରମ୍ଭ ହୋଇଥାଏ ।

୩. Bank of Baroda ଉଭୟ ବେତନ ପ୍ରାପ୍ତ ଏବଂ ବେତନ ନପାଉଥିବା ବ୍ୟକ୍ତିଙ୍କ ଠାରୁ ସମାନ ସୁଧ ଆଦାୟ କରିଥାଏ । ଏହି ବ୍ୟାଙ୍କ ଗୃହ ଋଣ ଉପରେ ୮.୪୦% ଠାରୁ ଆରମ୍ଭ କରି ୧୦.୬୦% ବାର୍ଷିକ ସୁଧ ରହିଛି । ଲୋନ୍ ଲିମିଟ୍ ଏବଂ ସିବିଲ୍ ସ୍କୋର୍ ଉପରେ ସୁଧହାର ନିର୍ଦ୍ଧାରିତ ।

୪. SBI ମଧ୍ୟ ଶସ୍ତା ଗୃହ ଋଣ ପ୍ରଦାନ କରୁଛି । ବ୍ୟାଙ୍କର ସୁଧହାର ବାର୍ଷିକ ୮.୪୦%ରୁ ଆରମ୍ଭ ହୋଇଥାଏ । ବ୍ୟାଙ୍କ ୩୦ ବର୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନ କରିଥାଏ । ମହିଳାଙ୍କ ପାଇଁ ସୁଧ ଉପରେ ୦.୦୫%ର ରିହାତି ସୁବିଧା ରହିଛି ।

୫. ଏହି ତାଲିକାରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମଧ୍ୟ ସାମିଲ ରହିଛି । ବ୍ୟାଙ୍କ ୩୦ ଲକ୍ଷରୁ ଆରମ୍ଭ କରି ୭୫ ଲକ୍ଷ ପର୍ଯ୍ୟନ୍ତ ଗୃହ ଋଣ ପ୍ରଦାନ କରୁଛି । ବାର୍ଷିକ ସୁଧହାର ୮.୪୫%ରୁ ଆରମ୍ଭ ହୋଇ ୧୦.୨୫% ରହିଛି । ତେବେ ସର୍ବାଧିକ ସିବିଲ୍ ସ୍କୋର ଥିବା ଗ୍ରାହକଙ୍କୁ ସ୍ୱଳ୍ପ ରେଟରେ ଋଣ ପ୍ରଦାନ କରାଯାଏ ।

Get real time updates directly on you device, subscribe now.