fbpx

ମାର୍କେଟରେ ବଢିଲା ଅଣ୍ଡାର ଦାମ୍: ଏଣିକି ୪୬ ଟଙ୍କାରେ ମିଳିବ ମାତ୍ର ଗୋଟିଏ ଅଣ୍ଡା

Advertisement

ନୂଆଦିଲ୍ଲୀ: ଦୁନିଆର ଅଧିକାଂଶ ଲୋକଙ୍କୁ ଅଣ୍ଡା ଏବଂ ଅଣ୍ଡାରୁ ତିଆରି ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି । ମାଂସାହାରୀ ତ ଭଲ ପାଆନ୍ତି, ଏହାସହ କିଛି ତୃଣଭୋଜୀ ମଣିଷ ମଧ୍ୟ ଅଣ୍ଡା ଖାଇଥାନ୍ତି । ତେବେ ଆଜିକା ସମୟରେ ପ୍ରତ୍ୟେକ ଜିନିଷର ମୂଲ୍ୟବୃଦ୍ଧି ସମସ୍ତଙ୍କୁ ଚିନ୍ତାରେ ପକାଇଛି । ତେବେ ଏହି ମହଙ୍ଗା ମାଡ ଭିତରେ ବଜାରରେ ଅଣ୍ଡାର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଦେଶର ଏହି ମହଙ୍ଗା ମାଡ ଭିତରେ ଅଣ୍ଡା ମୂଲ୍ୟ ଉପରେ ଏହାର ବିଶେଷ ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି । କାରଣ ଅଣ୍ଡାର ମୂଲ୍ୟ ୫ରୁ ୬ ଗୁଣ ମଧ୍ୟ ବୃଦ୍ଧି ପାଉଥିବା ଦେଖାଦେଇଛି ।

ଭାରତରେ ଅଣ୍ଡା ୮-୧୦ ଟଙ୍କାରେ ମିଳୁଥିବା ବେଳେ ଏହାକୁ ମଧ୍ୟ ଅଧିକ ବୋଲି କହିଛନ୍ତି ଗ୍ରାହକ । କିନ୍ତୁ କହି ରଖିବାକୁ ଚାହୁଁଛୁ ଯେ, ଏହି ଅଣ୍ଡା ଭାରତରେ ହିଁ ସବୁଠାରୁ କମ୍ ଦାମରେ ବିକ୍ରି ହୋଇଥାଏ । ୱାର୍ଲଡ ଅଫ ଷ୍ଟାଟିଷ୍ଟିକ୍ସ ଅନୁସାରେ ଅଣ୍ଡାର ମୂଲ୍ୟ ଆଧାରରେ ସମସ୍ତ ଦେଶମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଏକ ଡର୍ଜନ ଅଣ୍ଡାର ଦାମକୁ ନେଇ ଏହି ଏହି ଲିଷ୍ଟ ପ୍ରସ୍ତୁତ ହୋଇଛି । ତେଣୁ ଏହି ତାଲିକା ଅନୁସାରେ, ଭାରତରେ ସବୁଠାରୁ କମ୍ ଦାମରେ ବିକ୍ରି ହେଉଛି ଅଣ୍ଡା । ଦେଶରେ ଏକ ଡର୍ଜନ ଅଣ୍ଡାର ମୂଲ୍ୟ ମାତ୍ର ୦.୯୫ ଡଲାର ଅର୍ଥାତ୍ ୭୮ ଟଙ୍କା ରହିଛି । ତେବେ ଗୋଟିଏ ଅଣ୍ଡାର ମୂଲ୍ୟ ପ୍ରାୟ ୬.୫ ଟଙ୍କାରେ ବିକ୍ରି ହେଉଛି ।

ତେବେ ଏହି ତାଲିକା(ରାଙ୍କିଙ୍ଗ)ରେ ଭାରତ ପରେ ରହିଛି ପଡୋଶୀ ରାଷ୍ଟ୍ର ପାକିସ୍ତାନ । ଏଠାରେ ଅଣ୍ଡାର ଦାମ୍ ୧.୦୧ ଡଲାର ଅର୍ଥାତ୍ ୮୩ ଟଭ୍କା ରହିଥିବା ବେଳେ ଗୋଟିଏ ଅଣ୍ଡା ପାଇଁ ୭ ଟଙ୍କା ଖର୍ଚ୍ଚ କରୁଛନ୍ତି ଗ୍ରାହକ । ସେହିପରି ଇରାନ୍, ବାଂଲାଦେଶ, ଋଷ ଏବଂ ଇଣ୍ଡୋନେସିଆ ଅପେକ୍ଷା ମଧ୍ୟ ଅଣ୍ଡାର ମୂଲ୍ୟ ଅଧିକ ରହିଛି । ତେବେ ରାଙ୍କିଙ୍ଗର ଟପରେ ସ୍ଥାନ ପାଇଁ ସ୍ୱିଜରଲାଣ୍ଡ । ଏଠାରେ ଅଣ୍ଡାର ଦାମ୍ ସବୁଠୁ ମହଙ୍ଗା ବୋଲି ରେକର୍ହ କରାଯାଇଛି । ଅର୍ଥାତ୍ ସ୍ୱିଜରଲାଣ୍ଡରେ ଅଣ୍ଡାର ଡର୍ଜନର ମୂଲ୍ୟ ୬.୬୯ ଡଲାର(୫୫୦ ଟଙ୍କା)ରେ ବିକ୍ରି ହେଉଛି । ଏହି ହିସାବରେ ଗୋଟିଏ ଅଣ୍ଡାର ହାରାହାରି ମୂଲ୍ୟ ୪୬ ଟଙ୍କାରେ ପହଞ୍ଚିଛି ।

Get real time updates directly on you device, subscribe now.