fbpx
BJD SKY
BJD SKY

ଏଣିକି ସପ୍ତାହରେ ୪ ଦିନ ହେବ କାର୍ଯ୍ୟ ଦିବସ, କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ଲାଗୁ କରିବାକୁ ଯାଉଛି ଏହି ନୂଆ ନିୟମ

BJD

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୪ଟି ଶ୍ରମ ନିୟମ ଲାଗୁ କରିବାକୁ ଯାଉଛନ୍ତି । ଆସନ୍ତା ଆର୍ଥିକ ବର୍ଷ ସୁଦ୍ଧା ଏହା କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି । ତେବେ ଏହା ଲାଗୁ ହେବା ପରେ ଟେକ୍ ହୋମ୍ ସାଲାରୀ ଓ ପିଏଫ୍ ଷ୍ଟ୍ରକଚରରେ ପରିବର୍ତ୍ତନ ଆସିବ, ଫଳରେ ଦରମା ପୂର୍ବାପେକ୍ଷା କମ୍ ମିଳିବ । ମଜଦୁରୀ, ସାମାଜିକ ସୁରକ୍ଷା, ଇଣ୍ଡଷ୍ଟ୍ରିଆଲ ରିଲେସନ, ବିଜିନେସ୍ ସିକ୍ୟୁରିଟି, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ୪ଟି ଶ୍ରମ ନିୟମ ଆସନ୍ତା ଆର୍ଥିକ ବର୍ଷ ସୁଦ୍ଧା ଲାଗୁ ହୋଇପାରେ ବୋଲି ଜଣାପଡ଼ିଛି ।

ତେବେ ଏନେଇ ୧୩ଟି ରାଜ୍ୟ ଏହି ନିୟମ କାର୍ଯ୍ୟକାରୀ ନେଇ ପ୍ରସ୍ତୁତି ଆରମ୍ଭ କରିସାରିଥିବା ନେଇ ସୂଚନା ଦେଇଛନ୍ତି ଜଣେ ବରିଷ୍ଠ ଅଧିକାରୀ । ସେ କହିଛନ୍ତି ଯେ, ଆର୍ଥିକ ବର୍ଷ ୨୦୨୨-୨୩ ସୁଦ୍ଧା ଏହି ନିୟମ ଲାଗୁ ହେବାର ସମ୍ଭାବନା ରହିଛି । ତେରୁ ଅଧିକାଂଶ ରାଜ୍ୟଙ୍କୁ ଏନେଇ ଅବଗତ କରାଯାଇଛି । ଗତ ଫେବୃଆରୀ ମାସରେ କେନ୍ଦ୍ର ସରକାର ଏନେଇ ପ୍ରସ୍ତୁତି ଆରମ୍ଭ କରିଥିବା ସେ କହିଛନ୍ତି । ଏନେଇ କେନ୍ଦ୍ର ଶ୍ରମମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ଯେ, ଏହି ନିୟମ କାର୍ଯ୍ୟକାରୀ ନେଇ ବର୍ତ୍ତମାନ ୧୩ଟି ରାଜ୍ୟରେ ପ୍ରସ୍ତୁତି ସରିଲାଣି । ନୂଆ ୱେଜ୍ କୋଡ୍ ଅନୁସାରେ, ଏହାର ପ୍ରଭାବ ସାଲାରି କ୍ଲାସ, ଫ୍ୟାକ୍ଟ୍ରି ଓ ମିଲରେ କାର୍ଯ୍ୟ କରୁଥିବା ମଜଦୁରଙ୍କ ଉପରେ ପଡ଼ିବ । ସେମାନଙ୍କୁ ଏଣିକି ଦୈନିକ ୧୨ ଘଣ୍ଟା ହିସାବରେ କାର୍ଯ୍ୟ କରିବାକୁ ପଡ଼ିବ । ଏପରି ଭାବେ ସପ୍ତାହରେ ୩ ଦିନ ଛୁଟି ରହିବ ଓ ସପ୍ତାହକୁ ମୋଟ ୪୮ ଘଣ୍ଟା କାର୍ଯ୍ୟ ସେମାନେ କରିବେ ବୋଲି ସେ କହିଛନ୍ତି । ତେବେ ୟୁନିୟନ ପକ୍ଷରୁ ୧୨ ଘଣ୍ଟା କାର୍ଯ୍ୟ ଦିବସକୁ ବିରୋଧ କରାଯାଉଛି । ଏହାର ଜବାବରେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଯଦି ଜଣେ ଦିନକୁ ୮ ଘଣ୍ଟା ହିସାବରେ କାର୍ଯ୍ୟ କରିବ, ତେବେ ତାକୁ ସପ୍ତାହରେ ୬ ଦିନ କାର୍ଯ୍ୟ କରିବାକୁ ପଡ଼ିବ । ଏହାଫଳରେ ସପ୍ତାହକୁ କେବଳ ଗୋଟିଏ ଦିନ ଛୁଟି ମିଳିବ ।

Get real time updates directly on you device, subscribe now.