fbpx
BJD SKY
BJD SKY

ଜାଡ଼ରେ ଥରିବ ଓଡ଼ିଶା; ୨ରୁ ୩ ଦିନ ପ୍ରବଳ ଥଣ୍ଡା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶୀତ ଲହରି ଆହୁରି ବଢ଼ିବ । ଶୀତ ଲହରି ବଢ଼ିବା ନେଇ ସତର୍କ ଜାରି କରିଛି ପାଣିପାଗ ବିଭାଗ । ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ଆସୁଥିବାରୁ ଶୀତ ବଢ଼ିଯିବ । ୨/୩ ଦିନ ପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ୪ରୁ ୬ଂ ତାପମାତ୍ରା କମିବ ।

ଶୀତ ଲହରକୁ ନେଇ ଆଜି ପାଇଁ ୧୪ ଜିଲ୍ଲା ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ୧୪ ଜିଲ୍ଲାଗୁଡିକ ହେଉଛି-ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ସୋନପୁର, ବୌଦ୍ଧ, କନ୍ଧମାଳ, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼ ଓ ସମ୍ବଲପୁର । ଆଭ୍ୟନ୍ତରୀଣ ଓ ଉପକୂଳ ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭବ ହେବ । ରାତି ଓ ସକାଳ ସମୟରେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.