fbpx
BJD SKY
BJD SKY

ଏବେ ବିଦେଶ ଯାତ୍ରା ହେବ ଆହୁରି ଶସ୍ତା: ସରକାର କଲେ ବଡ଼ ଘୋଷଣା

BJD

ନୂଆଦିଲ୍ଲୀ: ବିଦେଶ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ବଡ଼ ଖୁସିଖବର । ଆନ୍ତର୍ଜାତୀୟ ବିମାନରେ ଯାତ୍ରା କରିବା ଏବେ ଆହୁରି ସହଜ ହେବ । ସୂଚନା ଅନୁସାରେ, ଆନ୍ତର୍ଜାତୀୟ ବିମାନ ଚଳାଚଳ କରୁଥିବା ଡେମୋଷ୍ଟିକ୍ ଏୟାରଲାଇନ୍ସକୁ ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକରୁ ବିମାନ ଇନ୍ଧନ ଅର୍ଥାତ୍ ଏଟିଏଫ କିଣିବା ଉପର ୧୧ % ମୌଳିକ ଏକ୍ସାଇଜ ଡ୍ୟୁଟିରୁ ରାହତ ଦେଇଛି ଅର୍ଥ ମନ୍ତ୍ରଣାଳୟ । ଅର୍ଥାତ୍ ଏବେ ଏଟିଏଫ୍ ଉପରେ ଏକ୍ସାଇଜ୍ ଡ୍ୟୁଟି ଆଦାୟ କରାଯିବ ନାହିଁ ।

ମନ୍ତ୍ରଣାଳୟ ଏହାର ସୂଚନା ଦେଇଛି । ମନ୍ତ୍ରଣାଳୟ ଏକ ବିଜ୍ଞପ୍ତିରେ କହିଛି ଯେ, ଆନ୍ତର୍ଜାତୀୟ ବିମାନ ଚଳାଚଳ ପାଇଁ ଘରୋଇ ବିମାନ ସେବାରେ ବିକ୍ରି ହୋଇଥିବା ଏଟିଏଫ ଉପରେ ମୌଳିକ ଏକ୍ସାଇଜ୍ ଡ୍ୟୁଟି ଆଦାୟ କରାଯିବ ନାହିଁ । ଏହି ନିଷ୍ପତ୍ତି ୧ ଜୁଲାଇ ୨୦୨୨ ରୁ କାର୍ଯ୍ୟକାରୀ ହୋଇଛି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ସରକାର ଗତ ଜୁଲାଇ ୨ ରେ ବିମାନ ଇନ୍ଧନ ରପ୍ତାନି ଉପରେ ଲିଟର ପିଛା ୬ ଟଙ୍କା ମୂଲ୍ୟରେ ବିଶେଷ ଅତିରିକ୍ତ ଏକ୍ସାଇଜ୍ ଡ୍ୟୁଟି ଲାଗୁ କରିବାକୁ ଘୋଷଣା କରିଥିଲେ । ଏହା ପରେ ଅନ୍ତର୍ଜାତୀୟ ବିମାନ ଚଳାଚଳ କରୁଥିବା ଘରୋଇ ବିମାନ ସେବା ପାଇଁ ଏହି ଶୁଳ୍କ ପ୍ରଯୁଜ୍ୟ ହେବ କି ନାହିଁ ଏହା ସନ୍ଦେହଜନକ ଥିଲା । କିନ୍ତୁ ବର୍ତ୍ତମାନ ସରକାର ଏହାକୁ ସ୍ପଷ୍ଟ କରିଛନ୍ତି ।

Get real time updates directly on you device, subscribe now.