fbpx
BJD SKY
BJD SKY

ଏଣିକି ଲାଇସେନ୍ସ ପାଇଁ ଲଟେରି: ହଜାରେ ମଦଦୋକାନ ପାଇଁ ୧୯ ହଜାର କଲେ ଆବେଦନ

BJD

ଭୁବନେଶ୍ୱର, ୨ା୪ (ଓଡିଶା ଭାସ୍କର): ରାଜ୍ୟ ସରକାର ମଦ ବ୍ୟବସାୟକୁ ବ୍ୟବସ୍ଥିତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ପୂର୍ବରୁ ୧୫ ବର୍ଷ ଧରି ମଦ ଦୋକାନଗୁଡ଼ିକର ନବୀକରଣ କରାଯାଉଥିଲା । ଫଳରେ ୨୦୦୫ ମସିହା ପରଠାରୁ ନୂଆ ବ୍ୟବସାୟୀ ମଦ ବ୍ୟବସାୟ କରିପାରୁନଥିଲେ । ତେଣୁ ନୂଆ ବ୍ୟବସାୟୀଙ୍କୁ ସୁଯୋଗ ଦେବାକୁ ସରକାର ମଦ ଦୋକାନ ପାଇଁ ଲଟେରି ବ୍ୟବସ୍ଥା କରିଛନ୍ତି । ଏନେଇ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ସରକାରଙ୍କ ପକ୍ଷରୁ ମୋଟ ୧୨୯୭ଟି ମଦ ଦୋକାନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଏଥିପାଇଁ ମୋଟ ୧୯ ହଜାର ୪୧୬ ଜଣ ଆବେଦନ କରିଥିବା ଜଣାପଡ଼ିଛି । ୨୭ଟି ଜିଲ୍ଲାରେ ଆବେଦନ ସମୟ ସମାପ୍ତ ହୋଇଥିବା ବେଳେ କଟକ ଓ ଅନ୍ୟ ଜିଲ୍ଲା ପାଇଁ ଏପ୍ରିଲ ୩ ତାରିଖ ଶେଷ ତାରିଖ ରହିଛି । ତେବେ ଏପ୍ରିଲ ୯ ତାରିଖ ସୁଦ୍ଧା ଲଟେରି ଉଠିବ ଓ ୧୫ ସୁଦ୍ଧା ଦୋକାନୀ ମାନଙ୍କୁ ଲାଇସେନ୍ସ ପ୍ରଦାନ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.