ଅବାଞ୍ଝିତ ଗର୍ଭ ପାଇଁ ରହିବନି ଟେନସନ୍: ଏଣିକି ପୁରୁଷ ଖାଇବେ ଗର୍ଭ ନିରୋଧକ ବଟିକା
ମହିଳାମାନେ ଅସୁରକ୍ଷିତ ଯୌନ ସମ୍ପର୍କ ରଖିବା ପରେ ଗର୍ଭନିରୋଧକ ବଟିକା ବ୍ୟବହାର କରୁଥିଲେ। କିନ୍ତୁ ଏବେ ପୁରୁଷମାନଙ୍କ ପାଇଁ ମଧ୍ୟ ଏହି ଗର୍ଭ ନିରୋଧକ ବଟିକା ଉପଲବ୍ଧ ହେବାକୁ ଯାଉଛି।
ନୂଆଦିଲ୍ଲୀ: ସୁରକ୍ଷିତ ଭାବରେ ଶାରିରୀକ ସମ୍ପର୍କ ରଖିବା ବହୁତ ଗୁରୁତ୍ୱପୂର୍ଣ୍ଣ। ଏହା କେବଳ ଅନାବଶ୍ୟକ ଗର୍ଭଧାରଣକୁ ରୋକେ ନାହିଁ ବରଂ ଏଡସ୍ ଭଳି ସଂକ୍ରମିତ ରୋଗକୁ ମଧ୍ୟ ରୋକେ।
ଯଦିଓ ଶାରିରୀକ ସମ୍ପର୍କ ପାଇଁ ଅନ୍ୟ କୌଣସି ପ୍ରକାରର ସୁରକ୍ଷା ବ୍ୟବହାର କରୁଛନ୍ତି, ଏଚଆଇଭି ଭଳି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଡାକ୍ତରମାନେ କଣ୍ଡୋମ ବ୍ୟବହାର କରିବାକୁ ମଧ୍ୟ କୁହନ୍ତି।
ଏପର୍ଯ୍ୟନ୍ତ କେବଳ ମହିଳାମାନେ ଅସୁରକ୍ଷିତ ଯୌନ ସମ୍ପର୍କ ରଖିବା ପରେ ଗର୍ଭନିରୋଧକ ବଟିକା ବ୍ୟବହାର କରୁଥିଲେ। କିନ୍ତୁ ଏବେ ପୁରୁଷମାନଙ୍କ ପାଇଁ ମଧ୍ୟ ଏହି ଗର୍ଭ ନିରୋଧକ ବଟିକା ଉପଲବ୍ଧ ହେବାକୁ ଯାଉଛି ବୋଲି ଖବର ଆସିଛି।
ଏପର୍ଯ୍ୟନ୍ତ କେବଳ ମହିଳାମାନେ ଗର୍ଭନିରୋଧକ ଔଷଧ ବ୍ୟବହାର କରୁଥିଲେ, କିନ୍ତୁ ଏବେ ଏହି ଔଷଧ ପୁରୁଷମାନଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବାକୁ ଯାଉଛି। ଆମେରିକାର ବୈଜ୍ଞାନିକମାନେ ପୁରୁଷମାନଙ୍କ ଉପରେ ୱାଇସିଟି-୫୨୯ ନାମକ ଏକ ହରମୋନ-ମୁକ୍ତ ଗର୍ଭନିରୋଧକ ବଟିକାର ପରୀକ୍ଷଣ ଆରମ୍ଭ କରିଛନ୍ତି।
ଏହା ଅଣ୍ଡକୋଷକୁ ଭିଟାମିନ୍ ଇ ର ପ୍ରବେଶକୁ ଅବରୋଧ କରି କାମ କରେ ଏବଂ ଶୁକ୍ରାଣୁ ଉତ୍ପାଦନକୁ ରୋକିଥାଏ, କିନ୍ତୁ ଏହା ଟେଷ୍ଟୋଷ୍ଟେରନ୍ ସ୍ତରକୁ ପ୍ରଭାବିତ କରେ ନାହିିଁଁ।
ୱାଇସିଟିକୁ-୫୨୯ କୁ ମୂଷା ଉପରେ ପରୀକ୍ଷଣ କରାଯାଇଛି ଏବଂ ଏହା ୯୯ ପ୍ରତିଶତ ଗର୍ଭଧାରଣକୁ ରୋକିଥାଏ ବୋଲି ଜଣାପଡିଛି। ଏହା ମହିଳା ଗର୍ଭନିରୋଧକ ଔଷଧ ପରି କାମ କରିବ।
ପ୍ରଥମେ ମୂଷା ପରେ ଏହା ମଣିଷ ଉପରେ ମଧ୍ୟ ପରୀକ୍ଷଣ କରାଯାଉଛି।
ମିନେସୋଟା ବିଶ୍ୱବିଦ୍ୟାଳୟର ଜଣେ ରସାୟନବିଦ ଏବଂ ଔଷଧ ବିଶେଷଜ୍ଞ କୁହନ୍ତି ଯେ ଏହି ବଟିକା ପୁରୁଷମାନଙ୍କ ପାଇଁ ଏକ ନିରାପଦ ଏବଂ ପ୍ରଭାବଶାଳୀ ସମାଧାନ। ଏହି ଔଷଧରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ନାହିଁ।