fbpx

ଓଡ଼ିଶାରେ ଏବେ ଖୋଲିବନି ମଦ ଦୋକାନ

ଭୁବନେଶ୍ୱର, ୫ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ମଦ ଦୋକାନ ଖୋଲିବ ନାହିଁ । କୌଣସି ଅଞ୍ଚଳରେ ମଧ୍ୟ ମଦ ଦୋକାନ ଖୋଲିବ ନାହିଁ । ବାହାର ରାଜ୍ୟରେ ମଦ ଦୋକାନ ଖୋଲିବା ପରେ ସେଠାକାର ସ୍ଥିତି ଉପରେ ସରକାର ନଜର ରଖିଛନ୍ତି । ଏହାସହ ସାମାଜିକ ଦୂରତା ଉପରେ ମଧ୍ୟ ସରକାର ନଜର ରଖିଛନ୍ତି । ଦିନେ ଦୁଇ ଦିନ ଭିତରେ ନିଷ୍ପତ୍ତି ନିଆଯାଇ ଖୁବଶୀଘ୍ର ଏନେଇ ଅବକାରୀ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହେବ । ଅବକାରୀ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । ପୂର୍ବରୁ ଗ୍ରୀନ ଜୋନରେ ମଦ ଓ ପାନ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଇଥିଲା ।

Get real time updates directly on you device, subscribe now.