fbpx
BJD
BJD SKY
BJD SKY

ଏଣିକି ଦୁଇଟି ସେବା ପାଇଁ ଗୋଟିଏ UAN ନମ୍ବର, ଖୁବଶୀଘ୍ର EPF ସହ ସଂଯୋଗ ହେବ ESIC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ରାଜ୍ୟ କର୍ମଚାରୀ ବୀମା ନିଗମ (ଇଏସଆଇସି) ସହ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ) ମିଶିଯିବ । ଇଏସଆଇସି ଓ ଇପିଏଫ ଗୋଟିଏ ୟୁଏଏନ (ୟୁନିଭରସାଲ ଆକାଉଣ୍ଟ ନମ୍ବର)ରେ କାର୍ଯ୍ୟକ୍ଷମ ହେବ । ଏନେଇ କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଛି । ଦିଲ୍ଲୀ ସ୍ଥିତ ରାଜ୍ୟ କର୍ମଚାରୀ ବୀମା ନିଗମ ମୁଖ୍ୟାଳୟ ପକ୍ଷରୁ ସମସ୍ତ ରାଜ୍ୟର ଆଞ୍ଚଳିକ ଅଧିକାରୀଙ୍କୁ ଏ ବିଷୟରେ ଅବଗତ କରାଯାଇଛି । ଓଡ଼ିଶା ଆଞ୍ଚଳିକ ଶାଖା ପକ୍ଷରୁ ସମସ୍ତ ନିଯୁକ୍ତିଦାତାଙ୍କଠାରୁ ମଧ୍ୟ ତଥ୍ୟ ମଗାଯାଇଥିବା ଜଣାପଡ଼ିଛି ।

ଜଣାପଡ଼ିଛି ଯେ, ରାଜ୍ୟରେ ପ୍ରାୟ ୭ ଲକ୍ଷ ଉପରେ ଇଏସଆଇ ହିତାଧିକାରୀ ବୀମାଭୁକ୍ତ ହୋଇଛନ୍ତି । କର୍ମଚାରୀମାନେ ସେମାନଙ୍କର ୟୁଏଏନ ନମ୍ବରକୁ ବ୍ୟବହାର କରି ଇପିଏଫ ସହ ଇଏସଆଇସି ସେବା ସହଜରେ ପାଇପାରିବେ । ପୂର୍ବ ପରି ଦୁଇଟି ସେବା ପାଇଁ ଆଉ ଦୁଇଟି ନମ୍ବରର ଆବଶ୍ୟକତା ପଡ଼ିବ ନାହିଁ । ନିଯୁକ୍ତିଦାତା ଇପିଏଫ ଓ ଇଏସଆଇସି ପାଇଁ ଗୋଟିଏ ଥର ଦେୟ ଦାଖଲ କରିବେ । ଆସନ୍ତା ଡିସେମ୍ବର ସୁଦ୍ଧା ରାଜ୍ୟର ସମସ୍ତ ସଂସ୍ଥା ସେମାନଙ୍କ କର୍ମଚାରୀଙ୍କର ଇପିଏଫ ଓ ଇଏସଆଇସିକୁ ଲିଙ୍କ କରିବେ । ତେବେ ଏନେଇ ଓଡ଼ିଶା ଆଞ୍ଚଳିକ ଶାଖା ନିର୍ଦ୍ଦେଶକ କହିଛନ୍ତି ଯେ, ଯେଭଳି ଗୋଟିଏ ରାସନ କାର୍ଡ ସାରା ଦେଶ ପାଇଁ ରହିଛି, ସେହିଭଳି ଏହି ବ୍ୟବସ୍ଥା କରିବାକୁ ପ୍ରୟାସ ଚାଲିଛି ।

Get real time updates directly on you device, subscribe now.