fbpx

ଏବେ ଚାଲିବ ରୋହିତ ଶର୍ମାଙ୍କ ଦିମାଗ, ପଞ୍ଚମ ଦିନ ଟିମ୍ ଇଣ୍ଡିଆ ସହିତ ରହିବେ ପ୍ରକୃତ ଅଧିନାୟକ

ଏଜବାଷ୍ଟନ: ଏଜବାଷ୍ଟନରେ ଖେଳାଯାଉଥିବା ପଞ୍ଚମ ଟେଷ୍ଟରେ ଭାରତ ଉପରେ ପରାଜୟର କଳାବାଦଲ ଛାଇ ଯାଇଛି। ଦ୍ଵିତୀୟ ଇନିଂସରେ ମାତ୍ର ୨୪୫ ରନରେ ଅଲଆଉଟ୍ ହେବା ଏବଂ ଇଂଲଣ୍ଡର ବ୍ୟାଟସମ୍ୟାନଙ୍କ ଉପରେ ଅଙ୍କୁଶ ନଲଗାଇବା କାରଣୁ ଦଳ ଏବେ ଆସନ୍ନ ପରାଜୟର ସମ୍ମୁଖୀନ ହୋଇଛି। ହେଲେ କାମଚଳା ଅଧିନାୟକ ଯଶପ୍ରୀତ ବୁମରାଙ୍କୁ ଏଜବାଷ୍ଟଟନର ଶେଷ ଦିନରେ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ସହାୟତା ମିଳିବ। ଦଳର ଅଧିନାୟକ ରୋହିତ ଶର୍ମା କରୋନାକୁ ମାତ୍ ଦେବା ପରେ ମଇଦାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଇଂଲଣ୍ଡ ବିପକ୍ଷ ବର୍ମିଂହାମରେ ଜାରି ପଞ୍ଚମ ଟେଷ୍ଟର ଶେଷ ଦିନରେ ଦଳ ସହିତ ରହିବେ। ଏହା କହିବା ଅତ୍ୟୁକ୍ତି ହେବ ନାହିଁ ଯେ, ପଞ୍ଚମ ଦିନରେ ପ୍ରକୃତ ଅଧିନାୟକ ରୋହିତ ଶର୍ମାଙ୍କ ଦିମାଗ ଚାଲିବ, କାରଣ ଭାରତୀୟ ଦଳ ଏବେ ବହୁତ ମୁସ୍କିଲରେ ରହିଛି।

କରୋନା କାରଣରୁ ଏଜବାଷ୍ଟନ ଟେଷ୍ଟ ଖେଳିବାରୁ ବଞ୍ଚିତ ହୋଇଛନ୍ତି ରୋହିତ ଶର୍ମା। ଆଜି ମ୍ୟାଚର ଶେଷ ଦିନରେ ଭାରତୀୟ ଡ୍ରେସିଂ ରୁମରେ ରହିବେ ରୋହିତ ଶର୍ମା। ସବୁଠୁ ବଡ କଥା ତାଙ୍କର ପରାମର୍ଶ ପଞ୍ଚମ ଦିନରେ ଭାରତୀୟ ଦଳ ପାଇଁ କାମରେ ଆସିପାରେ। ରୋହିତ ଏହା ଭଲ ଭାବେ କହି ପାରିବେ ଯେ, କେଉଁ ସମୟରେ ଏବଂ କାହା ପରେ କେଉଁ ବୋଲରଙ୍କୁ ଆକ୍ରମଣରେ ଲଗାଇବା ଉଚିତ୍ ଏବଂ ଫିଲ୍ଡରଙ୍କୁ କେଉଁଠି ରଖିବା ଉଚିତ୍। ଡ୍ରେସିଂ ରୁମରୁ ରୋହିତ ରଣନୀତି ପ୍ରସ୍ତୁତ କରି ପାରନ୍ତି ଏବଂ ଏହାକୁ ପଡିଆରେ ଲାଗୁ କରିବେ ଯଶପ୍ରୀତ ବୁମରା।

ଫସି ରହିଥିବା ମ୍ୟାଚକୁ କେମିତି ଜିତାଯାଏ ତାହା ବେଶ ଭଲ ଭାବେ ଜାଣିଛନ୍ତି ରୋହିତ ଶର୍ମା। ସେ ମ୍ୟାଚର ଅଂଶ ହୋଇନଥିଲେ ବି ଏମିତି କିଛି ଇନପୁଟ୍ ଦେଇ ପାରିବେ, ଯାହା ଦଳକୁ ବେଶ ସହାୟକ ହେବ। ବର୍ତ୍ତମାନର ସ୍ଥିତି ଦେଖିଲେ ଇଂଲଣ୍ଡ ମ୍ୟାଚ୍ ଜିତିବାର ୮୦ ପ୍ରତିଶତ ସମ୍ଭାବନା ରହିଛି। ଭାରତ ପାଖରେ ମାତ୍ର ୨୦ ପ୍ରତିଶତ ସୁଯୋଗ ରହିଛି। କୌଣସି ଚମତ୍କାର ହିଁ ଭାରତକୁ ମ୍ୟାଚରେ ପରାଜୟରୁ ବଞ୍ଚାଇ ପାରିବ। ଯଦି ପ୍ରଥମ ସେସନରେ ଭାରତ ସଅଳ ଇଂଲଣ୍ଡ ବ୍ୟାଟସମ୍ୟାନଙ୍କୁ ଆଉଟ୍ କରିବେ ତେବେ ଯାଇ ମ୍ୟାଚର ଫଳାଫଳ ଭିନ୍ନ ଆସିପାରେ।

 

Get real time updates directly on you device, subscribe now.