fbpx
BSKY SKY
BSKY SKY

ଏଣିକି ୨୪ ଘଣ୍ଟାରେ ମିଳିବ କୋଭିଡ୍ ଟେଷ୍ଟ ରିପୋର୍ଟ, ସକାଳ ୮ଟାରେ ହେବ ଅପଲୋଡ୍: ସ୍ୱାସ୍ଥ୍ୟ ବିଭାଗ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ୨୪ ଘଣ୍ଟା ମଧ୍ୟରେ କୋଭିଡ୍ ଟେଷ୍ଟ ରିପୋର୍ଟ ଅପଲୋଡ୍ ହେବ । ପ୍ରତ୍ୟେକ ଦିନ ସକାଳ ୮ଟା ସୁଦ୍ଧା ରିପୋର୍ଟ ଅପଲୋଡ୍ କରିବାକୁ ରାଜ୍ୟର ସମସ୍ତ ମେଡିକାଲ କଲେଜ, ଜିଲ୍ଲା ଓ ଘରୋଇ ଲ୍ୟାବଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଅନେକ ଲ୍ୟାବ ଠିକ ସମୟରେ କୋଭିଡ୍ ରିପୋର୍ଟ ଅପଲୋଡ୍ କରୁନଥିବାରୁ ତଥ୍ୟରେ ତ୍ରୁଟି ପରିଲକ୍ଷିତ ହେଉଛି । ଏହାକୁ ଦୂର କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି ।

ବିଭାଗ ପକ୍ଷରୁ କୁହାଯାଇଛି ଯେ, ୨୪ ଘଣ୍ଟା ମଧ୍ୟରେ ଟେଷ୍ଟ ରିପୋର୍ଟ ଆଇସିଏମଆର ପୋର୍ଟାଲରେ ଅପଲୋଡ୍ କରିବା ଦରକାର । ଆଇସିଏମଆର ପୋର୍ଟାଲ ଓ ରାଜ୍ୟ ସରକାରଙ୍କ ଘୋଷଣା ମଧ୍ୟରେ କୌଣସି ଫରକ ଯେପରି ନ ରହିବ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ । ତୃଣମୂଳ ସ୍ତରରେ ଡାଟା କିଭଳି ଅଧିକ ଥର ଏଣ୍ଟ୍ରି ନହେବ, ସେଥିପ୍ରତି ନଜର ଦେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଆରଟି-ପିସିଆର ଟେଷ୍ଟ ରିପୋର୍ଟ ପାଇବା ପାଇଁ ଲୋକମାନଙ୍କୁ ପୂର୍ବରୁ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡ଼ୁଥିଲା । କେବଳ ରାଜଧାନୀ ଭୁବନେଶ୍ୱରରେ ନୁହେଁ, ସମଗ୍ର ରାଜ୍ୟରେ ଏହି ସମସ୍ୟା ଦେଖାଯାଉଥିଲା । ଫଳରେ ଲୋକମାନେ ନାନାବିଧ ଅସୁବିଧାର ସମ୍ମୁଖୀନ ହେଉଥିଲେ । ନମୂନା ପରୀକ୍ଷା କରିଥିବା ଜଣେ ବ୍ୟକ୍ତି ସଂକ୍ରମିତ କି ନୁହେଁ ତାହା ଜାଣିବା କଷ୍ଟକର ହୋଇପଡ଼ୁଥିଲା । ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲ୍ୟାବଗୁଡ଼ିକୁ ଏହି ନିର୍ଦ୍ଦେଶନାମା ଫଳରେ ଆଗକୁ ଲୋକମାନେ ଠିକ୍ ସମୟରେ ସେବା ପାଇପାରିବେ ବୋଲି କୁହାଯାଉଛି ।

Get real time updates directly on you device, subscribe now.