fbpx

ବିଜୟ ମାଲ୍ୟାଙ୍କୁ ଆଉ ଏକ ଝଟକା; ଲଣ୍ଡନର ବିଳାସପୂର୍ଣ୍ଣ ଘର ଖାଲି କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସମସ୍ୟା ପୁଣି ବଢ଼ିଯାଇଛି । ମାଲ୍ୟାଙ୍କୁ ଲଣ୍ଡନ କୋର୍ଟ ବଡ଼ ଦେଇଛନ୍ତି । ଲଣ୍ଡନ ସ୍ଥିତ ବିଳାସପୂର୍ଣ୍ଣ ଘର ଖାଲି କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ୟୁବିଏସ ବ୍ୟାଙ୍କ ମାଲ୍ୟାଙ୍କ ବିରୋଧରେ କେସ୍ ଜିତିସାରିଛି ଓ ବ୍ୟାଙ୍କକୁ ବଙ୍ଗଳା ହସ୍ତାନ୍ତର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଜେନ୍ସିର ରିପୋର୍ଟ ଅନୁସାରେ, ଏହି ବିଳାସପୂର୍ଣ୍ଣ ବଙ୍ଗଳାରେ ମାଲ୍ୟା ନିଜ ପୁଅ ଓ ତାଙ୍କ ମା’ଙ୍କ ସହ ରହୁଛନ୍ତି ।

ତେବେ ବ୍ୟବସାୟୀ ବିଜୟ ମାଲ୍ୟା ନିଜ ବଙ୍ଗଳାକୁ ୟୁବିଏସ ବ୍ୟାଙ୍କ ନିକଟରେ ବନ୍ଧକ ରଖିଥିଲେ । କିନ୍ତୁ କୋର୍ଟ ଏବେ ବଙ୍ଗଳାର ଅଧିକାରୀ ବ୍ୟାଙ୍କକୁ ଦେଇଛନ୍ତି । ଏହା ପରେ ବ୍ୟାଙ୍କ ପାଖକୁ ଏହି ବଙ୍ଗଳାର ମାଲିକାନା ଅଧିକାର ଆସିଛି । ଏବେ ବ୍ୟାଙ୍କ ଏହି ବଙ୍ଗଳାକୁ ବିକ୍ରି ବି କରିପାରିବ । ବିଜୟ ମାଲ୍ୟାଙ୍କୁ ଘରୁ ବାହାର କରିବା ଆଦେଶ ଉପରେ ରୋକ୍ ଲଗାଇବାକୁ ହୋଇଥିବା ଆବେଦନ ବ୍ରିଟିଶ କୋର୍ଟ ଖାରଜ କରିବା ପରେ ଏହା ଘଟିଥିଲା । ସ୍ୱିସ୍ ବ୍ୟାଙ୍କ ୟୁବିଏସ ସହିତ ଦୀର୍ଘ ଦିନ ଧରି ଚାଲିଥିବା ଆଇନଗତ ବିବାଦରେ ମାଲ୍ୟାଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମାଲ୍ୟା ଏହି ଆଦେଶ ଉପରେ ରୋକ୍ ଲଗାଇବାକୁ ଦାବି କରିଥିଲେ । କିନ୍ତୁ କୋର୍ଟ ଏହି ଆବେଦନକୁ ଖାରଜ କରି ମାଲ୍ୟା ବଡ଼ ଝଟକା ଦେଇଥିଲେ ।

Get real time updates directly on you device, subscribe now.