fbpx

ଗୁଗଲ ଟ୍ରାନ୍ସଲେଟରେ ଆସିଲା ୮ ଭାରତୀୟ ଭାଷା, ସଂସ୍କୃତରେ ବି ହୋଇପାରିବ ଟ୍ରାନ୍ସଲେସନ

ନୂଆଦିଲ୍ଲୀ: ସର୍ଚ୍ଚ ଇଞ୍ଜିନ ତଥା ମଲ୍ଟି ନାସନାଲ କମ୍ପାନୀ ଗୁଗଲ ସଂସ୍କୃତ ସହ ୮ ଭାରତୀୟ ଭାଷା ଗୁଗଲ ଟ୍ରାନ୍ସଲେଟରେ ଯୋଡ଼ିଛି । ଗୁଗଲ ଲଗାତାର ଏହାର ଅନଲାଇନ ଟ୍ରାନ୍ସଲେସନ ପ୍ଲାଟଫର୍ମରେ ଅନେକ ଭାଷା ଯୋଡ଼ିଛି । ଗୁଗଲ ରିସର୍ଚ୍ଚର ସିନିୟର ସଫ୍ଟଓୟାର ଇଞ୍ଜିନିୟର ଆଇଜାକ କେସବେଲ ଏକ ସାକ୍ଷାତକାରରେ କହିଛନ୍ତି ଯେ ସଂସ୍କୃତ ଟ୍ରାନ୍ସଲେଟରେ ନମ୍ବର ୧ ରେ ଏବଂ ସବୁଠୁ ଅଧିକ ଅନୁରୋଧ କରାଯାଇଥିବା ଭାଷା ଅଟେ ଏବଂ ଶେଷରେ ଆମେ ଏହାକୁ ଯୋଡ଼ିବାକୁ ଯାଉୁଛୁ ।

ସଂସ୍କୃତ ବ୍ୟତୀତ, ଗୁଗଲ ଟ୍ରାନ୍ସଲେଟର ଲେଟେଷ୍ଟ ପ୍ରୋଗ୍ରାମରେ ଅନ୍ୟ ଭାରତୀୟ ଭାଷା ମଧ୍ୟରେ ଆସାମିଜ୍, ଭୋଜପୁରୀ, ଡୋଗରୀ, କୋଙ୍କଣୀ, ମୈଥିଲୀ, ମିଜୋ, ଏବଂ ମେଇତିଲୋନ(ମଣିପୁରୀ) ରହିଛି । ଏହା ସହ ଏବେ ଗୁଗଲ ଟ୍ରାନ୍ସଲେଟରେ ଉପଲବ୍ଧ ଭାରତୀୟ ଭାଷା ସଂଖ୍ୟା ୧୯ ହୋଇଛି । ଏହି ଘୋଷଣା ବୁଧବାର ବିଳମ୍ବିତ ରାତିରେ ଆରମ୍ଭ ହୋଇଥିବା ବାର୍ଷିକ ଗୁଗଲ ସମ୍ମିଳନୀ ଆଇ/ଓ ରେ କରାଯାଇଛି ।

ତେବେ ଅପଡେଟରେ ଯୋଡ଼ା ଯାଇଥିବା ସବୁ ଭାଷାରେ କେବଳ ଟେକ୍ସ୍ଟ ଟ୍ରାନ୍ସଲେସନ ଫିଚରରେ ସପୋର୍ଟ ରହିଛି, କିନ୍ତୁ ଖୁବଶୀଘ୍ର ଭଏସୁ ଟୁ ଟେକ୍ସ୍ଟ, କ୍ୟାମେରା ମୋଡ ଏବଂ ଅନ୍ୟ ଫିଚର୍ସ ପାଇଁ ରୋଲ ଆଉଟ କରିବା ଉପରେ କାମ କରାଯିବ । ଏହା ଉପରେ କାର୍ଯ୍ୟ ଜାରି ରହିଛି ବୋଲି କହିଛନ୍ତି କେସବେଲ ।

Get real time updates directly on you device, subscribe now.