ଏବେ କେବଳ ମୋମୋଜ ନୁହେଁ, କପ୍ ନୁଡଲ୍ସ ବି ବିକିବ Wow! Momo, ୨ ବର୍ଷରେ ୧୦୦ କୋଟି କରିବ ରୋଜଗାର
ଏଣିକି କପ୍ ନୁଡଲ୍ସ ବିକ୍ରି କରିବ Wow! Momo, ଜାଣନ୍ତୁ କେତେ ରଖିଛି ଟାର୍ଗେଟ
ନୂଆଦିଲ୍ଲୀ: Wow! Momo ବର୍ତ୍ତମାନ ନିଜର ପୋର୍ଟଫୋଲିଓରେ ଇନଷ୍ଟାଣ୍ଟ କପ ନୁଡଲ୍ସ ସାମିଲ କରିବାକୁ ଯାଉଛି । କମ୍ପାନୀ ୧୪,୦୦୦ କୋଟି ଟଙ୍କାର ନୁଡଲ୍ସ ଇଣ୍ଡଷ୍ଟ୍ରୀ ସହ ବିଭିନ୍ନ ଦେଶୀ-ଏସିଆନ ଫ୍ଲେଭର୍ସ ଯଥା, Kho Suey, Thukpa ଏବଂ Chinese Bhelରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିବାକୁ ଲକ୍ଷ ରଖିଛି ।
ରିପୋର୍ଟ ମୁତାବକ, Wow! Momoର ସିଇଓ ଏବଂ ଫାଉଣ୍ଡର ସାଗର ଦରୟାନୀ କହିଛନ୍ତି ଯେ, ଏହା ଏକ ବହୁତ ବଡ଼ ପଦକ୍ଷେପ, ଯେଉଁଥିରେ କମ୍ପାନୀକୁ ନିଜ ଫୁଡ ଭର୍ଟିକଲ୍ସକୁ ଆଗକୁ ବଢାଇବାରେ ସାହାଯ୍ୟ ମିଳିବ । ଆଶା କରାଯାଉଛି ଯେ, ଏହି ନୂଆ ପ୍ରଡକ୍ଟର ଲଞ୍ଚ ହେବା ପରେ କମ୍ପାନୀର ରାଜସ୍ୱ ବୃଦ୍ଧି ପାଇବ ।
ସେ ଆହୁରି କହିଛନ୍ତି ଯେ, Wow! Momo ଏହି ବିଶ୍ୱାସ ରହିଛି ଯେ, ନିଜର ପ୍ରଡକ୍ଟ ପୋର୍ଟଫୋଲିଓରେ କପ ନୁଡଲ୍ସକୁ ସାମିଲ କରାଯିବା ପରେ ମାସିକ ୨ କୋଟି ଟଙ୍କାର ରେଭେନ୍ୟୁ ଜେନେରେଟ ହେବ ।
କମ୍ପାନୀର ଲକ୍ଷ୍ୟ ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହି ସେଗମେଣ୍ଟରେ ମାସିକ ୮ କୋଟି ଟଙ୍କାର ରେଭେନ୍ୟୁ ଜେନେରେଟ କରିବା, ଏଥିରେ ଏହା ୧୦୦ କୋଟି ଟଙ୍କାର ARR ବିଜନେସ ପ୍ରସ୍ତୁତି ହୋଇଯିବ ।