fbpx

ଏଣିକି କେବଳ Aadhaar Cardରେ ମିଳିପାରିବ Personal Loan, ଜାଣନ୍ତୁ ଘରେ ବସି କେମିତି କରିବେ ଆପ୍ଲାଏ

AAKASH

ନୂଆଦିଲ୍ଲୀ: ଏଣିକି ଆପଣମାନେ କେବଳ ଆଧାର କାର୍ଡରେ ପାଇପାରିବେ ପର୍ସନାଲ ଲୋନ । ଏଥିପାଇଁ ଆପଣ ଘରେ ବସି ଆବେଦନ କରିପାରିବେ । ଆପଣଙ୍କୁ କେବଳ ଗୋଟିଏ ଆପିଲିକେସନ ଫର୍ମ ପୂରଣ କରିବା ସହ ଇ-କେୱାଇସି ଡକ୍ୟୁମେଣ୍ଟ ଦେବାକୁ ପଡ଼ିବ । କରୋନା ସଙ୍କଟ କାରଣରୁ ଲୋନ ସହିତ ଅଧିକାଂଶ ବ୍ୟାଙ୍କିଂ ସେବା ବର୍ତ୍ତମାନ ବ୍ୟାଙ୍କ ୱେବସାଇଟ ଓ ଆପରେ ଉପଲବ୍ଧ ହେଉଛି ।

ଯଦି ଆପଣ ପର୍ସନାଲ ଲୋନ ନେବାକୁ ଚାହୁଁଥାନ୍ତି ତେବେ ଆପଣଙ୍କୁ ଅଧିକ ପେପର ୱାର୍କ କରିବାକୁ ପଡ଼ିବ ନାହିଁ । ଆପଣ କେବଳ ଆଧାର କାର୍ଡ ମାଧ୍ୟମରେ ପର୍ସନାଲ ଲୋନ ପାଇପାରିବେ । ଏ କ୍ଷେତ୍ରରେ ଆପଣଙ୍କୁ ଖୁବଶୀଘ୍ର ଲୋନ ମିଳିଯିବ । ପରେ ଏହା ଘରେ ବସି ଆବେଦନ କରିପାରିବେ । ଏଥିପାଇଁ ଆପଣଙ୍କୁ କିଛି ସର୍ତ୍ତ ପୂରଣ କରିବାକୁ ପଡ଼ିବ । ସର୍ବପ୍ରଥମେ ଆପଣ ଭାରତୀୟ ନାଗରିକ ହେବା ସହ ବୟସ ୨୩ ବର୍ଷ ହୋଇଥିବା ଆବଶ୍ୟକ । ଏଥିସହିତ ଆପଣ ପବ୍ଲିକ, ପ୍ରାଇଭେଟ ବା ମଲ୍ସିନ୍ୟାସନାଲ କମ୍ପାନୀରେ ଚାକିରି କରିଥିବା ଦରକାର । ଆପଣଙ୍କର କ୍ରେଡିଟ୍ ସ୍କୋର ଭଲ ରହିବା ସହ ଆପଣଙ୍କର ସର୍ବନିମ୍ନ ଆୟ ମଧ୍ୟ ଦେଖାଇବାକୁ ପଡ଼ିବ ।

କେମିତି କିରିବେ ଆପ୍ଲାଏ-

୧- ସର୍ବପ୍ରଥମେ ଆପଣ ବ୍ୟାଙ୍କର ମୋବାଇଲ ଆପ ବା ୱେବସାଇଟକୁ ଲଗ୍ ଇନ୍ କରି ପର୍ସନାଲ ଲୋନକୁ ବିକଳ୍ପ ଭାବେ ବାଛନ୍ତୁ । ଏହାପରେ ଏଲିଜିବିଲିଟି ଚେକ୍ କରିବା ପରେ ଆପ୍ଲାଏ ନାଓ ଉପରେ କ୍ଲିକ କରି ଆପିଲିକେସନ ଫର୍ମ ଭରନ୍ତୁ ।

୨- ପରେ ଦିଆଯାଇଥିବା ଡିଟେଲ ଭରିବା ପରେ ସବମିଟ କରନ୍ତୁ । ଏହାପରେ ବ୍ୟାଙ୍କରୁ ଆପଣଙ୍କ ପାଖକୁ କଲ ଆସିବ, ଯାହା ମାଧ୍ୟମରେ ଆପଣଙ୍କର ଡିଟେଲ୍ସ ଓ ଏଲିଜିବିଲିଟି ଚେକ୍ କରାଯିବ ।

୩- ବ୍ୟାଙ୍କ ତରଫରୁ ଭେରିଫିକେସନ ସରିବା ପରେ ଆପଣଙ୍କର ଲୋନ ମଞ୍ଜୁରୀ ହୋଇଯିବ । ଲୋନ୍ ପାସ୍ ହୋଇଯିବା ପରେ ଆପଣଙ୍କ ସେଭିଂ ଆକାଉଣ୍ଟକୁ ଅର୍ଥ ଟ୍ରାନ୍ସଫର ହୋଇଯିବ ।

Get real time updates directly on you device, subscribe now.