fbpx
BSKY
BJD YOUTH SKY
BJD MS SKY

ଭିଜିଲାନ୍ସ ଜାଲରେ ଜିଲ୍ଲା କୃଷି ଅଧିକାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଣେ ସାର ଡିଲରଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବଲାଙ୍ଗିର ଜିଲ୍ଲା କୃଷି ଅଧିକାରୀ ହିମାଂଶୁ ଶେଖର ପାଢ଼ୀ । ଶ୍ରୀ ପାଢ଼ୀ ତାଙ୍କ କାର୍ଯ୍ୟାଳୟରେ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା । ପରେ ଟିମ୍ ତାଙ୍କ କାର୍ଯ୍ୟାଳୟରୁ ବିଭିନ୍ନ କାଗଜପତ୍ର ଜବତ କରିଥିଲା । ଏଥିସହ ଯାଞ୍ଚ ବେଳେ ତାଙ୍କ ପାଖରୁ ଗଞ୍ଜେଇ ପ୍ୟାକେଟ ମଧ୍ୟ ଜବତ ହୋଇଥିଲା । ତେବେ ଭିଜିଲାନ୍ସ ଶ୍ରୀ ପାଢ଼ୀଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

ଜଣାପଡ଼ିଛି ଯେ, ପଣ୍ଡକିଟାଲର ସାର ବେପାରୀ ଦୁର୍ଯ୍ୟୋଧନ ବାରିକ ୨୦୧୯ରୁ ସାର ବିକ୍ରି ପାଇଁ ଲାଇସେନ୍ସ ପାଇଥିଲେ ହେଁ ତାଙ୍କ ପାଖରେ ପିଓଏସ ମେସିନ ନଥିବାରୁ ସେ ସାର ବିକ୍ରି କରିପାରୁନଥିଲେ । ଏନେଇ ସେ କୃଷି ଅଫିସ ସହ ଯୋଗାଯୋଗ କରିବା ପରେ ଶ୍ରୀ ପାଢ଼ୀ ଲାଞ୍ଚ ଦାବି କରିଥିଲେ । ଶ୍ରୀ ବାରିକ ୩ ହଜାର ଟଙ୍କା ଲାଞ୍ଚ ଦେଇଥିଲେ ହେଁ ପରେ ଆଉ ୧୭ ହଜାର ଦେବାକୁ ଶ୍ରୀ ପାଢ଼ୀ ଦାବି କରିଥିଲେ । ତେଣୁ ଏନେଇ ଶ୍ରୀ ବାରିକ ଭିଜିଲାନ୍ସ ସହ ଯୋଗାଯୋଗ କରିଥିଲେ । ପରେ ଭିଜିଲାନ୍ସ ଟିମ୍ ଶ୍ରୀ ପାଢ଼ୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଧରିଥିଲା ।

Get real time updates directly on you device, subscribe now.