fbpx

ଲୋକମାନଙ୍କୁ ଭ୍ୟାକ୍ସିନ ନେବାକୁ ଟିକାକେନ୍ଦ୍ରକୁ ପଠାନ୍ତୁ, ସରକାରଙ୍କ ପକ୍ଷରୁ ପୁରସ୍କାର ପାଆନ୍ତୁ, ଜାଣନ୍ତୁ ନୂଆ ଯୋଜନା ବିଷୟରେ

ନୂଆଦିଲ୍ଲୀ: ଏଣିକି କୋଭିଡ୍ ଟିକାକରଣ ପାଇଁ ଆପଣମାନଙ୍କୁ ପୁରସ୍କାର ମିଳିବ । କୋୱିନ ଆପ ମାଧ୍ୟମରେ ସବୁଠାରୁ ଅଧିକ ଭ୍ୟାକ୍ସିନ୍ ଲଗାଇବାରେ ସହାୟତା କରୁଥିବା ଲୋକଙ୍କୁ ସରକାରଙ୍କ ତରଫରୁ ପୁରସ୍କାର ପ୍ରଦାନ କରାଯିବ । ଏଥିପାଇଁ ଆପରେ କିଛି ପରିବର୍ତ୍ତନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି । ତେଣୁ ଆପଣ ଯେତେବେଳେ ଭ୍ୟାକ୍ସିନ ଲଗାଇାବକୁ ଯିବେ, ଆପଣ କାହାର ରେଫରେନ୍ସରେ ଆସିଛନ୍ତି ବୋଲି ପ୍ରଶ୍ନ କରାଯିବ । ଯେଉଁ ବ୍ୟକ୍ତିଙ୍କ ରେଫରେନ୍ସରେ ଅଧିକ ଲୋକ ଭ୍ୟାକ୍ନିନ ନେବାକୁ ଆସିବେ, ତାଙ୍କୁ ସରକାରଙ୍କ ତରଫରୁ ପୁରସ୍କାର ପ୍ରଦାନ କରାଯିବ ବୋଲି କୁହାଯାଇଛି ।

ସରକାରଙ୍କ ହର ଘର ଦସ୍ତକ ଯୋଜନା ମାଧ୍ୟମରେ ଅଧିକ ଲୋକଙ୍କୁ ଟିକାକରଣ ନେଇ ଲକ୍ଷ୍ୟ ରଖାଯାଇଛି । ତେବେ କେତେ ସଂଖ୍ୟକ ଲୋକଙ୍କୁ ଭ୍ୟାକ୍ସିନ ନେବାକୁ ପଠାଇବା ପରେ ପୁରସ୍କାର ମିଳିବ, ସେନେଇ କୌଣସି ସ୍ଥରୀକୃତ ହୋଇନାହିଁ । ଅଧିକ ସଂଖ୍ୟକ ଲୋକଙ୍କୁ ଟିକାକରଣ କରାଇବା ସକାଶେ ସରକାର ଏହି ଯୋଜନା ପ୍ରଣୟନ କରିନ୍ତି । ଏହି ଯୋଜନା ମାଧ୍ୟମରେ ଲୋକଙ୍କୁ ଅଧିକ ମୋଟିଭେସନ ମିଳିବା ସହ ଭ୍ୟାକ୍ଟିନେସନ ପ୍ରକ୍ରିୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ସମଗ୍ର ଦେଶରେ ଭ୍ୟାକ୍ସିନେସନ ପ୍ରକ୍ରିୟା ଆଗେଇ ଚାଲିଥବବା ବେଳେ ବର୍ତ୍ତମାନ ସୁଦ୍ଧା ୧୧୫ କୋଟିରୁ ଅଧିକ ଲୋକ ଟିକା ନେଇ ସାରିଛନ୍ତି ।

Get real time updates directly on you device, subscribe now.