fbpx

ଏଣିକି ଚୋରି ହୋଇଥିବା ମୋବାଇଲ୍ ସଙ୍ଗେସଙ୍ଗେ ମିଳିଯିବ: Googleର ଏହି ଆପ୍ କରିବ ସହାୟତା, ଜାଣନ୍ତୁ ଷ୍ଟେପ୍ ବାଏ ଷ୍ଟେପ୍

ନୂଆଦିଲ୍ଲୀ: ଆଜିକାଲି ମୋବାଇଲର ବ୍ୟବହାର ବଢ଼ୁଥିବା ବେଳେ ଏହା ବହୁମାତ୍ରାରେ ଚୋରି ମଧ୍ୟ ହେଉଛି । ଫୋନ୍ ଚୋରି ହେବା ଫଳରେ ଅନେକ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥା ବ୍ୟକ୍ତିଗତ ଡାଟା ଲିକ୍ ହୋଇଯିବାର ଆଶଙ୍କା ରହିଥାଏ । ତେବେ ଆପଣମାନେ ଏବେ ଆଉ ଚିନ୍ତା କରିବାର କାରଣ ନାହିଁ । ଗୁଗୁଲ ପ୍ଲେ ଷ୍ଟୋରକୁ ଯାଇ ଗୁଗୁଲ ଫାଇଣ୍ଡ ମାଇ ଡିଭାଇସ୍ ଡାଉନଲୋଡ୍ କରି ଏହାର ଫାଇଦା ଉଠାଯାଇପାରିବ । ଏହି ଆପ୍ ମାତ୍ର ୧.୮ ଏମବି ହୋଇଥିବା ବେଳେ ଏହାକୁ ବର୍ତ୍ତମାନ ସୁଦ୍ଧା ୧୦୦ ମିଲିୟନରୁ ଅଧିକ ଥର ଡାଉନଲୋଡ୍ କରାଯାଇ ସାରିଲାଣି ।

୧-ଯଦି ଆପଣଙ୍କର ଫୋନ୍ ଚୋରି ହୋଇ ଯାଇଥାଏ, ତେବେ ପ୍ରଥମେ ଅନ୍ୟ ଏକ ସ୍ମାର୍ଟଫୋନରେ ଗୁଗୁଲ ଫାଇଣ୍ଡ ମାଇ ଡିଭାଇସ୍ ଆପ୍ ଡାଉନଲୋଡ୍ କରନ୍ତୁ ।

୨- ଏହାପରେ ଆପକୁ ଖୋଲି ଚୋରି ହୋଇଥିବା ଫୋନରେ ଲଗ ଇନ୍ ହୋଇଥିବା ଜିମେଲକୁ ଉକ୍ତ ଆପରେ ଲଗ୍ ଇନ୍ କରନ୍ତୁ ।

୩- ଏହାପରେ ଚୋରି ହୋଇଥିବା ଫୋନର ଲାଇଭ୍ ଲୋକେସନ ଜଣାପଡ଼ିଯିବ, ଯାହା ମାଧ୍ୟମରେ ଟ୍ରାକ କରାଯାଇପାରିବ । ଏହାସହ ଆପଣଙ୍କର ଚୋରି ଫୋନରେ କେତେ ପ୍ରତିଶତ ବ୍ୟାଟେରି କ୍ଷମତା ରହିଛି, ତାହା ମଧ୍ୟ ସ୍ପଷ୍ଟ ହୋଇଯିବ ।

Get real time updates directly on you device, subscribe now.