fbpx

ବାହାଘର ପରେ କାହିଁକି ବଢ଼ିଥାଏ ପାର୍ଟନରର ଓଜନ, ଜାଣନ୍ତୁ କାରଣ!

ବାହାଘର ପରେ ସାଧାରଣତଃ ଲୋକଙ୍କ ଶାରୀରିକ ରୂପରେ ଅନେକ ପରିବର୍ତ୍ତନ ଦେଖାଦେଇଥାଏ । ପ୍ରାୟତଃ ୧୦ ଜଣଙ୍କ ମଧ୍ୟରୁ ୭ ଦମ୍ପତିଙ୍କଠାରେ ଏପରି ସମସ୍ୟା ଦେଖାଦେଇଥାଏ । ଅନୁସନ୍ଧାନରୁ ଜଣାପଡିଛି ଯେ, ବାହାଘରରୁ ପ୍ରଥମ ବର୍ଷରେ ନୂଆ ଦମ୍ପତିଙ୍କ ଓଜନ ୨ରୁ ୩ କେଜି ବଢ଼ିଯାଇଥାଏ । ଗ୍ଲାସଗୋ ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ କ୍ୟାଥରିନ୍ କହିଛନ୍ତି ଯେ, ‘ଲୋକମାନେ କମ୍ ସକ୍ରିୟ ହୁଅନ୍ତି । ଅନ୍ୟମାନଙ୍କୁ ଇପ୍ରେସ୍ କରିବା ବନ୍ଦ କରିଦିଅନ୍ତି ଓ ବ୍ୟାୟାମ କରିବା ବନ୍ଦ କରନ୍ତି । ଏହା ଏକ ବଡ଼ ସମସ୍ୟା ।’ ତେବେ ଆସନ୍ତୁ ଜାଣିବା କେଉଁ କାରଣରୁ ବାହାଘର ପରେ ଓଜନ ବଢ଼ିଥାଏ….

– ଯେତେବେଳେ ଆପଣ ନିଜ ପାର୍ଟନରଙ୍କ ସହିତ ରହିବା ଆରମ୍ଭ କରନ୍ତି, ତେବେ ଖାଦ୍ୟ ଆପଣଙ୍କ ସମ୍ପର୍କରେ ଅତି ଗୁରୁତ୍ୱପୂର୍ଣ୍ଣ ହୋଇଯାଏ । ଆପଣଙ୍କ ପାର୍ଟନର ଆପଣଙ୍କୁ ଅଧିକ ଖାଇବା ଓ କମ୍ ଉଠିବା-ବସିବା ପାଇଁ ଉତ୍ସାହିତ କରିଥାନ୍ତି ।

– ଅନେକ ଅନୁସନ୍ଧାନରେ ପ୍ରମାଣିତ ହୋଇଛି ଯେ ହାପି ରିଲେସନସିପ୍ ଓଜନ ବୃଦ୍ଧିର କାରଣ ।

– ୨୦୧୩ ଅନୁସନ୍ଧାନରେ ଜଣାପଡିଥିଲା ଯେ, ଯେଉଁ ଦମ୍ପତି ବିବାହ ପରେ ସୁଖମୟ ଜୀବନ ବିତାଉଥିଲେ, ସେମାନଙ୍କ ଓଜନ ଦୁଇ ବର୍ଷ ମଧ୍ୟରେ ଓଜନ ଯଥେଷ୍ଟ ବୃଦ୍ଧି ପାଇଥିଲା । କୌତୂହଳର ବିଷୟ ହେଉଛି ଯେଉଁ ଦମ୍ପତିମାନେ କମ୍ ଖୁସି ଥିଲେ ସେମାନଙ୍କର ସମାନ ଓଜନ ରହିଥିଲା ।

– ସ୍ୱାସ୍ଥ୍ୟ ସାଇକୋଲୋଜିରେ ପ୍ରକାଶିତ ଏକ ଅନୁସନ୍ଧାନ ଅନୁସାରେ, ସେକ୍ସକୁ ଆକର୍ଷିତ କରିବା ପରେ ଓଜନ ବଢ଼ିଥାଏ । କାରଣ ନିଜ ସାଥୀଙ୍କ ସହିତ ସେଟଲ ପରେ ଆପଣ ନିଜ ଚେହେରା ପ୍ରତି ଧ୍ୟାନ ଦେଇନଥାନ୍ତି । ଓଜନ ହ୍ରାସ କରିବା ବିପରୀତ ଲିଙ୍ଗକୁ ଆକର୍ଷିତ କରିବା ସହିତ ଜଡିତ ଥିବା ମଧ୍ୟ ଦେଖାଯାଏ । ତେଣୁ ବିବାହ ପରେ ଆପଣ ଏହି ଚିନ୍ତାକୁ ଛାଡିଦିଅନ୍ତି । ଅନେକ ଥର ଜୀବନଶୈଳୀ ପରିବର୍ତ୍ତନ ପରେ ମଧ୍ୟ ଏହା ହୋଇଥାଏ ।

Get real time updates directly on you device, subscribe now.