fbpx
BSKY
BJD MC SKY
BJD YOUTH SKY

UPIକୁ ନେଇ ଆସିଲା ବଡ ଖବର; ୧ ଜାନୁୟାରୀରୁ ଏହି ଲୋକମାନେ କରିପାରିବେନିି ବ୍ୟବହାର

ନୂଆଦିଲ୍ଲୀ: ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (NPCI) ପକ୍ଷରୁ UPIକୁ ନେଇ ବଡ ନିର୍ଦ୍ଦେଶ ଜାରି କରାଯାଇଛି । UPI ପରିଚାଳନା କରୁଥିବା ସଂସ୍ଥା (NPCI) ଫୋନ୍ ପେ’ ଓ ଗୁଗଲ ପେ’ ପରି ଥାର୍ଡ ପାର୍ଟି ଆପ୍ସ ଓ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛି କି ଏପରି UPI ଆଇଡି ଗୁଡିକୁ ବନ୍ଦ କରିଦିଅନ୍ତୁ ଯେଉଁଥିରେ ଏକ ବର୍ଷ ହେବ କୌଣସି କାରବାର ହୋଇନାହିଁ । ଏପରି କରିବା ପୂର୍ବରୁ ପ୍ରଥମେ ୟୁଜର୍ସଙ୍କୁ ଇମେଲ୍ କିମ୍ବା ମେସେଜ୍ ଜରିଆରେ ନୋଟିସ୍ ପଠାଇବାକୁ କୁହାଯାଇଛି । UPI ଏଥିପାଇଁ ୩୧ ଡିସେମ୍ବର ପର୍ଯ୍ୟନ୍ତ ସମୟ ଦେଇଛି ।

(NPCI) ର ଏପରି ପଦକ୍ଷେପ ଦ୍ୱାରା ୟୁପିଆଇ କାରବାର ଆହୁରି ସୁରକ୍ଷିତ ରହିବ । ଏହା ବ୍ୟତିତ ବହୁ ଅପରାଧିକ କାରବାର ବି ବନ୍ଦ ହୋଇଯିବ । ନିର୍ଦ୍ଦେଶ ପରେ ସମସ୍ତ ଆପ୍ସ ଓ ବ୍ୟାଙ୍କ ନିଷ୍କ୍ରିୟ ଗ୍ରାହକଙ୍କ ୟୁପିଆଇ ଆଇଡି ଓ ତାହା ସହ ଜଡିତ ମୋବାଇଲ୍ ନମ୍ବରକୁ ପରୀକ୍ଷଣ କରିବେ । ୧ ବର୍ଷ ଭିତରେ କୌଣସି ପ୍ରକାର କ୍ରେଡିଟ୍ କିମ୍ବା ଡେବିଟ୍ ହୋଇ ନ ଥିଲେ ସେହି ୟୁପିଆଇ ଆଇଡିକୁ ବନ୍ଦ କରି ଦିଆଯିବ ।

Get real time updates directly on you device, subscribe now.