fbpx

ଡାଇବେଟିସ୍, ହାଇ ବ୍ଲଡପ୍ରେସର ଓ ମୁଣ୍ଡବିନ୍ଧା ରୋଗୀଙ୍କ ପାଇଁ ଖୁସି ଖବର: ୮୪ଟି ଔଷଧର ଖୁଚୁରା ମୂଲ୍ୟ ସ୍ଥିର କଲା NPPA

ନୂଆଦିଲ୍ଲୀ: ଡାଇବେଟିସ୍, ହାଇ ବ୍ଲଡପ୍ରେସର ଓ ମୁଣ୍ଡପିନ୍ଧା ରୋଗୀଙ୍କ ପାଇଁ ଖୁସି ଖବର । ଏଣିକି ଦୋକାନୀମାନେ ଏହି ସମସ୍ତ ରୋଗର ଔଷଧ ଉପରେ ଅଧିକ ମୂଲ୍ୟ ନେଇ ପାରିବେ ନାହିଁ । ଜାତୀୟ ଫର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି (ଏନପିପିଏ) ଦ୍ୱାରା ଉପରୋକ୍ତ ରୋଗ ସହ ଜଡ଼ିତ ଔଷଧର ମୂଲ୍ୟ ସ୍ଥିର କରିଛି । ଏନପିପିଏ ପକ୍ଷରୁ ୮୪ଟି ଔଷଧର ଖୁଚୁରା ମୂଲ୍ୟ ସ୍ଥିର କରାଯାଇଛି ।

ଏହି ପରିପ୍ରେକ୍ଷୀରେ ଔଷଧ (ମୂଲ୍ୟ ନିୟନ୍ତ୍ରଣ) ନିର୍ଦ୍ଦେଶନାମା ୨୦୧୩ ଅନ୍ତର୍ଗତ କ୍ଷମତାକୁ ବ୍ୟବହାର କରାଯାଇଛି । ଏନେଇ ଏନପିପିଏ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ନିର୍ଦ୍ଦେଶନାମା ଅନୁଯାୟୀ, ମଧୁମେହ ରୋଗ ପାଇଁ ବ୍ୟବହୃତ ହେଉଥିବା ଭୋଗଲିବୋଜ, ଏସଆର ମେଟଫର୍ମିନ ହାଇଡ୍ରୋକ୍ଲୋରାଇଡର ପ୍ରତି ଟାବଲେଟକୁ ୧୦.୪୭ ଟଙ୍କାରେ ବିକ୍ରି କରାଯିବ । ଜିଏସଟିକୁ ଛାଡ଼ି ଏହି ମୂଲ୍ୟ ସ୍ଥିର ହୋଇଛି ।

ସେହିପରି ପାରାସିଟାମଲ ଓ କ୍ୟାଫିନ୍ ଟାବଲେଟକୁ ୨.୮୮ ଟଙ୍କାରେ ବିକ୍ରି କରିବା ନେଇ ସ୍ଥିର କରାଯାଇଛି । ରୋସୁଭାଷ୍ଟାଟିନ୍ ଓ କ୍ଲୋପିଡୋଗ୍ରେଲ କ୍ୟାପସୁଲର ମ୍ୟୂ ୧୩.୯୧ ଟଙ୍କା ରଖାଯାଇଛି । ଲିକୁଇଡ୍ ମେଡିକାଲ ଅକ୍ସିଜେନ ଓ ଅକ୍ସିଜେନ ଇନହାଲେସନ (ମେଡିକାଲ ଗ୍ୟାସ)ର ସଂଶୋଧିତ ଅଧିକତମ ମୂଲ୍ୟକୁ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ଏନପିପିଏ ପକ୍ଷରୁ ଅନ୍ୟ ଏକ ନୋଟିଫିକେସନରେ କୁହାଯାଇଛି ।

Get real time updates directly on you device, subscribe now.