fbpx

ଟ୍ରାଫିକର କେଉଁ ନିୟମ ଭାଙ୍ଗିଲେ କେତେ ଭରିବେ ଜରିମାନା? ଲିଷ୍ଟ୍ ଦେଖି ହୁଅ ସାବଧାନ୍

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣା ଘଟଣାକୁ କମ୍ କରିବା ପାଇଁ ଭାରତ ସରକାର ନିରନ୍ତର ଭାବେ ଚେଷ୍ଟା କରିଚାଲିଛନ୍ତି । ଦେଶରେ ଲାଗୁ ଟ୍ରାଫିକ୍ ନିୟମର ଉଲ୍ଲଙ୍ଘନ ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଚଳିତବର୍ଷ ମାର୍ଚ୍ଚରେ କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀ ଦେଇଥିବା ସୂଚନା ଅନୁସାରେ, ୨୦୨୧ରେ ସମଗ୍ର ଦେଶରେ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ ମାମଲାରେ ୧,୮୯୮.୭୩ କୋଟି ଟଙ୍କାର ୧.୯୮ କୋଟି ଚାଲାଣ କଟାଯାଇଥିଲା ।

ଏପରି ପରିସ୍ଥିତିରେ ଯଦି ଆପଣ ଯିବା ଆସିବା ସମୟରେ ଟ୍ରାଫିକ୍ ନିୟମର ଉଲ୍ଲଙ୍ଘନ କରୁଛନ୍ତି, ତେବେ ସାବଧାନ୍ ହୋଇଯାଆନ୍ତୁ । କାରଣ ଏହା ଫଳରେ ଆପଣଙ୍କ ପକେଟ୍ ଖାଲି ହୋଇପାରେ । ତେବେ ଆସନ୍ତୁ ଜାଣିବା କେଉଁ ଟ୍ରାଫିକ୍ ନିୟମ ଭାଙ୍ଗିଲେ କେତେ ଟଙ୍କା ଜରିମାନା ଦେବାକୁ ପଡିବ…

– ବିନା ସିଟ୍ ବେଲ୍ଟ ଲଗାଇ ଗାଡ଼ି ଚଳାଇଲେ ୧୦୦୦ ଟଙ୍କା ଜରିମାନା

– ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡ଼ି ଚଳାଇଲେ ୫୦୦୦ ଟଙ୍କା

– ଓଭରସ୍ପିଡିଂ ଗାଡ଼ି ଚଳାଇଲେ୨୦୦୦ ଟଙ୍କା

– ନିଶାରେ ଗାଡ଼ି ଚଳାଇଲେ ୧୦,୦୦୦ ଟଙ୍କା ଜରିମାନା ଓ ୬ ମାସ ଜେଲଦଣ୍ଡ ମିଳିପାରେ ।

– ଦ୍ୱିତୀୟ ଥର ପାଇଁ ମଦ୍ୟପାନ କରି ଗାଙଡ଼ି ଚଳାଉଥିବା ବେଳେ ଧରାପଡିଲେ ୧୫,୦୦୦ ଟଙ୍କା ଜୋରିମାନା

– ବିନା ବୀମାରେ ଗାଡି ଚଳାଇଲେ ୫୦୦୦ ଟଙ୍କା ଜୋରିମାନା ଏବଂ ତିନିମାସ ପର୍ଯ୍ୟନ୍ତ ଜେଲଦଣ୍ଡ ମିଳିପାରେ ।

– ନାବାଳକ ଗାଡି ଚଳାଇଲେ ପିତାମାତାଙ୍କୁ ୨୫,୦୦୦ ଟଙ୍କାର ଜୋରିମାନା

– ବିନା ହେଲମେଟରେ ବାଇକ୍ ଚଳାଇଲେ ୧୦୦୦ ଟଙ୍କା ଜୋରିମାନା

– ଆରସି ବିନା ଗାଡି ଚଲାଇଲେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ ହେବ ।

Get real time updates directly on you device, subscribe now.