fbpx

୯୦୦ରୁ ଅଧିକ ମେଡିସିନର ଦାମ୍ ବଢ଼ାଇଲା NPPA: ପାରାସିଟାମଲ, ଗ୍ଲୁକୋଜ, କଣ୍ଡୋମ, ଇଞ୍ଜେକସନ, ଭିଟାମିନ, କ୍ୟାଲସିୟମ ଏବେ ସବୁ ମହଙ୍ଗା

ନୂଆଦିଲ୍ଲୀ: ଏପ୍ରିଲ ମାସ ପହିଲାରୁ ସାଧାରଣ ଜନତାଙ୍କୁ ଲାଗିଛି ଏକ ଜବରଦସ୍ତ ଝଟକା । ଶତାଧିକ ଅତ୍ୟାବଶ୍ୟକ ମେଡିସନ ଚଳିତ ମାସ ୧ ତାରିଖରୁ ମହଙ୍ଗା ହୋଇଯାଇଛି । ଇଞ୍ଜେକସନଠାରୁ ଆରମ୍ଭ କରି ପାରାସିଟାମଲ ପର୍ଯ୍ୟନ୍ତ ଏପରି ଭାବେ ୯୦୦ରୁ ଅଧିକ ମେଡିସିନର ମୂଲ୍ୟରେ ବୃଦ୍ଧି ଘଟିଛି । ହୋଲସେଲ ପ୍ରାଇସ ଇଣ୍ଡେକ୍ସ (ଡବ୍ଲ୍ୟୁପିଆଇ)ରେ ପରିବର୍ତ୍ତନ ହେବା ପରେ ଔଷଧର ଦାମ୍ ବୃଦ୍ଧି ପାଇବା ନେଇ ଆଶା କରାଯାଉଥିଲା ଓ ଶେଷରେ ତାହା ହିଁ ଘଟିଥିଲା ।

ଦେଶରେ ଔଷଧର ଦାମ୍ ସ୍ଥିର କରୁଥିବା କମ୍ପାନୀ ଜାତୀୟ ଫାର୍ମାସ୍ୟୁଟିକାଲ ମାନ ନିର୍ଦ୍ଧାରକ କର୍ତ୍ତୃପକ୍ଷ (ଏନପିପିଏ) ଏହି ଦାମ୍ ବଢ଼ାଇଛି । ଏପ୍ରିଲ ମାସ ୧ ତାରିଖରୁ ଏହି ନୂଆ ରେଟ୍ ପ୍ରଭାବୀ ହୋଇଯାଇଛି । ଔଷଧର ମୂଲ୍ୟ ୧୦ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଥିବା ଜଣାପଡ଼ିଛି । ଡବ୍ଲ୍ୟୁପିଆଇ ୧୨ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିବା ପରେ ଏହି ମୂଲ୍ୟ ବୃଦ୍ଧି ନେଇ ନୋଟିଫିକେସନ ଜାରି କରାଯାଇଥିଲା ।

ପାରାସିଟାମଲ ଗୋଲି, ସିରପ, ଇଞ୍ଜେକସନ, ଆଣ୍ଟିବାୟୋଟିକ, ଏଜିସ୍ଥ୍ରୋମାଇସିନ, ଟ୍ରେମାଲ ଇଞ୍ଜେକସନ, ଡିପିଟି ଭ୍ୟାକ୍ସିନ, ଫଲିକ ଏସିଡ ଔଷଧ, ଟନେସ ଇଞ୍ଜେକସନ, ଭିଟାମିନ, ଡାକ୍ସିସାଇକ୍ଲିନ, ଏମ୍ଫୋଟେରିସିନ ବି ଇଞ୍ଜେକସନ, ଇକ୍ଲୋଫିନେକ, ଏଟୋରବାଷ୍ଟେଟିନ, ଏମୋକ୍ସିସିଲିନ, ଜେଷ୍ଟ୍ରୋନ, କ୍ୟାଲସିୟମ, କଣ୍ଡୋମ, ଇନସୁଲିନ ପେନ, ଗ୍ଲୁକୋଜ, ଅକ୍ସିଜେନ ଆଦି ମହଙ୍ଗା ହୋଇଯାଇଛି । ତେବେ ପ୍ରତିଯୋଗିତା ଜାରି ରଖିବା ଉଦ୍ଦେଶ୍ୟରେ ରିଟେଲର କମ୍ ଦାମରେ ଔଷଧ ବିକ୍ରି ପାଇଁ ନିଷ୍ପତ୍ତି ନେଇପାରେ ।

Get real time updates directly on you device, subscribe now.