fbpx
BJD SKY
BJD SKY

ଖୁସି ଖବର! ରାସନ ସାମଗ୍ରୀରେ ହିତାଧିକାରୀଙ୍କୁ ମିଳିବ ପ୍ରକୃତ ହକ୍: ସରକାର ନେଲେ ଏହି ନିଷ୍ପତ୍ତି

BJD

ନୂଆଦିଲ୍ଲୀ: ଏଣିକି ରାସନ କିଣୁଥିବା ଗ୍ରାହକଙ୍କୁ ଠକିବା ପଡିବ ମହଙ୍ଗା । ରାସନ ଦୋକାନରୁ ଚାଉଳ ନେଉଥିବା ଗ୍ରାହକମାନଙ୍କୁ ଆଉ ହନ୍ତସନ୍ତ ହେବାକୁ ପଡିବ ନାହିଁ । ବାରମ୍ବାର ଠକାମୀର ଶିକାର ହେଉଥିବା ଅଭିଯୋଗ ପରେ ବର୍ତ୍ତମାନ ସରକାର ଆଣିଛନ୍ତି ନୂଆ ନିୟମ । ତେବେ ଏହି ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ କଡା ନିର୍ଦ୍ଦେଶ ରହିଛି । କିନ୍ତୁ ଅନେକ ସାଧାରଣ ଲୋକଙ୍କୁ ଏ ନେଇ ବିଶେଷ କିଛି ଜଣା ନଥିବ । ତେବେ ଆସନ୍ତୁ ଜାଣିବା ସରକାରଙ୍କର ଏହି ନୂଆ ନିୟମ ବିଷୟରେ ।

ଅନେକ ଥର ରାସନ କାର୍ଡଧାରୀ ମାନେ ପିଡିଏସ କେନ୍ଦ୍ରରେ ଚାଉଳ ବଣ୍ଟନକୁ ନେଇ ଠକାମୀର ଶିକାର ହେଉଥିବା ଅଭିଯୋଗ ହୋଇଥିଲା । ଏହାପରେ ସରକାର ନେଇଛନ୍ତି ଏକ ବଡ ପଦକ୍ଷେପ । ଏଣିକି ରାସନ କେନ୍ଦ୍ରରେ େଇପିଓଏସ ଅର୍ଥାତ ଇଲେକ୍ଟ୍ରୋନିକ ପଏଣ୍ଟ ଅଫ ସେଲ ଲଗାଇବା ବାଧ୍ୟତାମୂଳକ କରିଛନ୍ତି । ଏହାପରେ ଇପିଓଏସ ବିନା କୌଣସି ରାସନ କେନ୍ଦ୍ରରେ ରାସନ ବିକ୍ରି ହୋଇପାରିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ନୂଆ ନିୟମ ଲାଗୁ କରାଯାଇଛି । ପବ୍ଲିକ ଡିଷ୍ଟ୍ରିବ୍ୟୁସନ ସିଷ୍ଟମ୍(ପିଡିଏସ)ର ହିତାଧିକାରୀଙ୍କୁ ନିଜ ଅଧିକାରର ରାସନ ଦିଆଯିବା ପାଇଁ ଡିଲରମାନଙ୍କ ଦୋକାନରେ ଅନଲାଇନ ଇପିଓଏସ ଡିଭାଇସ ଇଲେକ୍ଟ୍ରୋନିକ ତରାଜୁ ସହ ଯୋଡି ଦିଆଯାଇଛି ।

ଏହି ଡିଭାଇସ ଲାଗିବା ଦ୍ୱାରା ଆଗକୁ ରାସନର ଓଜନରେ କୌଣସି ସମସ୍ୟା ରହିବନି ବୋଲି ଆଶା କରାଯାଉଛି । ଅନଲାଇନ ସହିତ ଅଫଲାଇନ ମୋଡରେ ମଧ୍ୟ ଏହି ମେସିନ କାର୍ଯ୍ୟ କରିପାରିବ । ତେବେ ଏହି ମେସିନ ଲାଗିବା ପରେ ହିତାଦିକାରୀ ନିଜ ହକର ପ୍ରକୃତ ଚାଉଳ ଏବଂ ଗହମ ପାଇପାରିବେ ବୋଲି ଏଭଳି ଏକ ନିୟମ ପ୍ରଣୟନ କରିଛନ୍ତି ସରକାର । ତେବେ ଏହି ନିୟମ ସାଦାରଣ ଲୋକଭ୍କୁ ଖୁବ ପସନ୍ଦ ଆସିଛି ।

Get real time updates directly on you device, subscribe now.