fbpx

ଏନଏସଆଇ ଆଡମିସନ ପାଇଁ ବଢ଼ିଲା ଆବେଦନ ଅବଧି, ଜାଣନ୍ତୁ ପ୍ରକ୍ରିୟା…

ନୂଆଦିଲ୍ଲୀ: ଶିକ୍ଷା ବର୍ଷ ୨୦୨୧-୨୨ ପାଇଁ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖାକୁ ନେଇ ନ୍ୟାସନାଲ ସୁଗର ଇଷ୍ଟିଚ୍ୟୁଟ (ଏନଆଇସି) କାନପୁର ଆବେଦନ କରିବାର ତାରିଖ ଘୁଞ୍ଚାଇଛି । ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ ୨୫ଜୁନ୍ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମଲେଖା ପାଇଁ ଆବେଦନ କରିପାରିବେ ।

ନାମଲେଖା ପାଇଁ ଆହଗ୍ରହୀ ଏବଂ ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ରଛାତ୍ରୀମାନେ ଚାହିଲେ ଏନଆଇସି ୱେସାଇଟ ଏନଆଇସି.ଜିଓଭି.ଇନ୍ ଏବଂ ଇନଡେକ୍ସ.ଏଚଟିଏମଏଲ ମାଧ୍ୟମରେ ଅନଲାଇନ ଆବେଦନ କରିପାରିବେ । ଛାତ୍ରଛାତ୍ରୀମାନେ ନ୍ୟାସନାଲ ଇଷ୍ଟିଚ୍ୟୁଟ ଅଫ ସୁଗାର କାନପୁରକୁ ଡିଡି ଆକାରରେ ଆବେଦନ ଫି ପୈଠ କରିପାରିବେ ଛାତ୍ରଛାତ୍ରୀ । ସେହିପରି ଜେନେରାଲ ଏବଂ ଓବିସିଙ୍କ ପାଇଁ ଆବଦନ ଫିସ୍୧୫୦୦ ଟଙ୍କା ଥିବା ବେଳେ ଏସସି ଏବଂ ଏସଟି ଛାତ୍ରଛାତ୍ରୀଙ୍କ ଦେବାକୁ ପଡିବ ୧୦୦୦ ଟଙ୍କା । ସେହିପରି ଜୁଲାଇ୯ ତାରିଖରେ ଅଫିସିଆଲ ୱେସାଇଟରୁ ଛାତ୍ରଛାତ୍ରୀମାନେ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ଜୁଲାଇ୧୮ତାରିଖରେ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ ।

Get real time updates directly on you device, subscribe now.