fbpx

ପାକିସ୍ତାନକୁ ଭାରତର ଚେତାବନୀ: ସୀମାରେ ଚୋରା କାରବାର ବନ୍ଦ କର, ନହେଲେ…

ନୂଆଦିଲ୍ଲୀ: ପାକ୍ ସୁରକ୍ଷା କର୍ମୀଙ୍କୁ ଭାରତୀୟ ସୀମା ସୁରକ୍ଷା ବଳ(BSF) ଦେଲା କଡ଼ା ଚେତାବନୀ । ସାମୀରେ ସ୍ମଗଲିଂ ତଥା ଚୋରା କାରବାର ତୁରନ୍ତ ବନ୍ଦ କର । ନହେଲେ ପରିଣାମ ହେବ ଭୟଙ୍କର । ଏଭଳି ମର୍ମରେ ଏକ ପତ୍ର ଲେଖି ଭାରତୀୟ ସେନା ପାକ୍ ପାଇଁ ସତର୍କ ଘଣ୍ଟି ବଜାଇ ସାରିଛନ୍ତି । ଚିଠିରେ ଉଲ୍ଲେଖ ଅଛି ଯେ ପାକ୍ ନିଜ ଦେଶର ନାଗରିକଙ୍କ ଦ୍ୱାରା ସୀମା ପାର ଚୋରା ଚାଲାଣ କାରବାର ତୁରନ୍ତ ବନ୍ଦ କରୁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦୁଇଦିନ ପୂର୍ବେ ପାକିସ୍ତାନର ସନ୍ଦିଗ୍ଧମାନଙ୍କ ଦ୍ୱାରା ବଡ଼ ଧରଣର ବିସ୍ଫୋରଣ ଉଦ୍ୟମକୁ ଭାରତୀୟ ସେନା ଭଣ୍ଡୁର କରିଦେଇଥିଲେ ଓ ପୂର୍ଣ୍ଣ ସଜାଗ ହୋଇଯାଇଥିଲେ । ବିଏସଏଫ୍ ଅଧିକାରୀଙ୍କ ସୂଚନା ଅନୁସାରେ ରାଜସ୍ଥାନ ବିକାନେର୍ ଜିଲ୍ଲା ଅନ୍ତର୍ଗତ ଅନ୍ତଃରାଷ୍ଟ୍ରୀୟ ସୀମା (ଆଇବି) ନିକଟରୁ ୫୬ କେଜିର ହେରୋଇନ୍ ଜବତ ହୋଇଛି । ଯାହାର ମୂଲ୍ୟ ୨ଶହ କୋଟିରୁ ଅଧିକ ହେବ । ଏହା ପରେ ଭାରତୀୟ ସେନା ପକ୍ଷରୁ ପାକିସ୍ତାନକୁ ଚେତାବନୀ ଦିଆଯାଇଛି ।

ବିଏସଏଫ ରାଜସ୍ଥାନ ଫ୍ରଣ୍ଟିୟରର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ବିକାନେର୍ ସେକ୍ଟରରେ ଶନିବାର ସନ୍ଧ୍ୟା ଜିରୋ ଲାଇନରେ ପାକ୍ ରେଞ୍ଜର୍ସ ସହ ଫ୍ଲାଗ୍ ମିଟିଂ ଅବସରରେ ଆମ ପ୍ରତିବାଦ ଜଣାଇଛୁ । ତୁରନ୍ତ ଏଭଳି କାର୍ଯ୍ୟରୁ ପାକ୍ ବିରତି ରହିବାକୁ ଚିଠିରେ ଦର୍ଶାଯାଇଛି । ପାକ୍ ରେଞ୍ଜର୍ସର ପ୍ରତିକ୍ରିୟା ମିଳିବା ପରେ ଆଗକୁ ସେ ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ନିଆଯିବ ବୋଲି ସେନା ଅଧିକାରୀ କହିଛନ୍ତି । ଏଥିସହ ଉରୀ ଆକ୍ରମଣ ପରେ ପ୍ରତିପକ୍ଷ ଉଚ୍ଚ ଅଧିକାରୀଙ୍କ ସହ ଯୋଗାଯୋଗ ବନ୍ଦ ହୋଇଯାଇଛି । ତେବେ କମାଣ୍ଡରସ୍ତର ବୈଠକରେ ପ୍ରତିବାଦ ଚିଠି ଦିଆଯାଇଛି ।

BSF seized huge amount heroines at boarder #OdishaBhaskar

ଗତ ଶନିବାର ରାଜସ୍ଥାନ ଫ୍ରଣ୍ଟିୟର୍ ମହାନିରୀକ୍ଷକ ପଙ୍କଜ ଗୁମର ବିକାନେର୍ ଅନ୍ତର୍ଗତ ଅନ୍ତଃରାଷ୍ଟ୍ରୀୟ ସୀମା ଗସ୍ତ କରିଥିଲେ । ସୈନିକ ସମ୍ମିଳନୀକୁ ମଧ୍ୟ ସେ ସମ୍ବୋଧିତ କରିଥିଲେ । ଏହାପୂର୍ବରୁ ବୁଧବାର ଓ ଗୁରୁବାର ରାତିରେ ସୀମାରେ ଗନ୍ଦିଗ୍ଧଙ୍କ ଚଳପ୍ରଚଳ ସମ୍ପର୍କରେ ସେନାଙ୍କୁ ଜଣାପଡ଼ିଥିଲା । ତୁରନ୍ତ ସେନା ଗୁଳି ଚଳାଇଥିବାବେଳେ ସନ୍ଦିଗ୍ଧ ଖସି ପଳାଇଥିଲେ । ତେବେ ଏହାପରେ ଖାନତଲାସି କରାଯିବାବେଳେ ୫୪ଟି ପ୍ୟାକେଟ୍ରେ ରହିଥିବା ୫୬ କେଜି ହେରୋଇନ୍ ଜବତ ହୋଇଥିଲା ।

Get real time updates directly on you device, subscribe now.