fbpx

ନଭେମ୍ବର-ଡିସେମ୍ବରକୁ ଆସିବ କରୋନାର ଆଉ ଏକ ତରଙ୍ଗ! ଜାଣନ୍ତୁ କଣ କହିଲେ ବିଶେଷଜ୍ଞ…

ବେଙ୍ଗାଲୁରୁ: ମହାମାରୀ କରୋନା ଭାଇରସ୍ ଯୋଗୁଁ ଦେଶ କଲବଲ ହୋଇଗଲାଣି । ଦ୍ୱିତୀୟ ତରଙ୍ଗରେ ଅନେକ ଜୀବନ ନେବା ସହ ଦେଶର ଆର୍ଥିକ ସ୍ଥିତିକୁ ବିଗାଡ଼ି ଦେଲାଣି । ତେବେ ଗତ କିଛିଦିନ ଧରି ଦେଶରେ ନୂଆ ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି । ଦେଶର ବିଭିନ୍ନ ରାଜ୍ୟକୁ ମିଳିଛି ଏକ ପ୍ରକାର ଆଶ୍ୱସ୍ତି । ତେବେ ଏହାରି ମଧ୍ୟରେ ବିଶେଷଜ୍ଞଙ୍କ କହିବା ହେଲା ଯେ ନଭେମ୍ବର-ଡିସେମ୍ବର ବେଳକୁ କରୋନାର ଆଉ ଏକ ୱେଭ୍ ଆସିବାର ଆଶଙ୍କା ଏଡ଼ାଇ ହେବନି ।

ସୂଚନା ଅନୁସାରେ ଦେଶର ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ଧୀରେ ଧୀରେ କମି ଆସୁଛି । କିନ୍ତୁ ଏଥିପାଇଁ ସମ୍ପୂର୍ଣ୍ଣ ଢିଲା ହୋଇଗଲେ ହେବନି । ବରଂ କୋଭିଡ୍ କଟକଣା ନିୟମ ପାଳନ କରି ସମସ୍ତେ ସୁରକ୍ଷାର ସହ ବଞ୍ଚିବା ଜରୁରୀ । ଏଭଳି ଅନେକ ମତ ଆସୁଛି । ଇତିମଧ୍ୟରେ ପବ୍ଲିକ୍ ହେଲ୍ଥ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ମହାମାରୀ ବିଶେଷଜ୍ଞ ପ୍ରଫେସର ଡା. ଗିରୀଧର ବାବୁ କହିଛନ୍ତି ଯେ ଆସନ୍ତା ନଭେମ୍ବର-ଡିସେମ୍ବର ବେଳକୁ ପୁଣି ଏକ ତରଙ୍ଗ ଆସିବାର ଆଶଙ୍କା ରହିଛି ।

ଏହା ପୂର୍ବରୁ ମଧ୍ୟ ଅନେକ ବିଶେଷଜ୍ଞ ଦେଶରେ ୩ୟ ଲହର ପ୍ରସଙ୍ଗରେ ଆଲୋଚନା କରିଆସିଛନ୍ତି । ଏହି ଆଶଙ୍କାରେ ପିଲାମାନଙ୍କ ପ୍ରତି ବିଶେଷ ଯତ୍ନବାନ ହେବାକୁ ପଡ଼ିବ ବୋଲି ମଧ୍ୟ କୁହାଯାଉଛି । ତେଣୁ ଏଥିପାଇଁ ସବୁସ୍ତରରେ ସତର୍କତା ଅବଲମ୍ବନ କରାଯିବା ସହ ଆଗୁଆ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

Get real time updates directly on you device, subscribe now.