fbpx
BJD
BJD SKY
BJD SKY

ନୁହ ହିଂସା ଘଟାଇଥିବା ୨୫୦ ଅଭିଯୁକ୍ତଙ୍କ ଘରେ ବୁଲଡୋଜର ଚଲାଇଲେ ହରିୟାଣା ସରକାର

ନୁଆଦିଲ୍ଲୀ: ନୁହ ରେ ହିଂସା ଘଟାଇଥିବା ୨୫୦ ମୁଖ୍ୟ ଅଭିଯୁକ୍ତଙ୍କ ଘର ଉପରେ ବୁଲଡୋଜର ମଡ଼ାଇଛନ୍ତି ହରିୟାଣା ସରକାର । ନୁହ ଅଞ୍ଚଳରେ ଅବୈଧ ରୂପରେ ରହୁଥବା ପ୍ରବାସୀମାନଙ୍କ ଘରେ ରାଜ୍ୟ ଏନଫୋର୍ସମେଣ୍ଟ ଏଜେନ୍ସୀ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ଗତ ଚାରି ବର୍ଷ ହେବ ସରକାରୀ ଜମୀରେ ଅବୈଧ ରୂପରେ ଏହି ବାଂଲାଦେଶୀମାନେ ରହୁଥିଲେ ବୋଲି ସୂଚନା ମିଳିଛି । ଯେଉଁମାନେ ନିକଟରେ ହୋଇଥୀବା ହିଂସାରେ ସାମିଲ ଥିଲେ ।

ଜିଲ୍ଲା ଅଧିକାରୀମାନେ କଡ଼ା ସୁରକ୍ଷା ବଳ ମଧ୍ୟରେ ଏହି ବସ୍ତି ଉପରେ ବୁଲଡୋଜର ମଡ଼ାଇ ଦେଇଥିଲେ । ଯାହାପରେ ଏଗୁଡ଼ିକ ଅବୈଧ ବୋଲି କହିଥିଲେ । ତେବେ ସମ୍ପୃକ୍ତ ଅଞ୍ଚଳରେ ବର୍ତ୍ତମାନ ସାମ୍ପ୍ରଦାୟିକ ଉତ୍ତେଜନା ଏବଂ କର୍ଫ୍ୟୁ ମଧ୍ୟରେ ଏହି ଝୁପୁଡ଼ି ଘର ଗୁଡ଼ିକୁ ଭାଙ୍ଗିବାର ତତ୍ପରତା ବିଷୟରେ ଜଣା ପଡିନାହିଁ ।

ପୋଲିସର ସୂତ୍ରରୁ ଜଣାପଡିଛି ଯେ ଅଧିକାଂଶ ହିଂସାକାରୀ ଯେଉଁମାନେ ତରୁ’ରେ ଏବଂ ଏହାର ଆଖପାଖରେ ପଥର ଫିଙ୍ଗିଥିଲେ ଏବଂ ଦୋକାନ ତଥା ଲୋକଙ୍କ ଉପରେ ଆକ୍ରମଣ କରିଥିଲେ ସେମାନେ ବସ୍ତିର ଥିଲେ ଏବଂ ଏପରିକି ସେମାନଙ୍କ ଏହି କାର୍ଯ୍ୟର ଫଟୋ ଏବଂ ଭିଡିଓ ପୋଲିସ ପାଖରେ ପ୍ରମାଣ ରହିଛି ।

ସିସିଟିଭି ଫୁଟେଜ ଏବଂ ଭିଡିଓ ବ୍ୟବହାର କରି ସ୍ଥାନୀୟ ପୋଲିସ ସେହି ଘରଗୁଡ଼ିକୁ ଚିହ୍ନଟ କରିଛି ଯେଉଁଠାରୁ ଅଧିକାଂଶ ପଥର ଫିଙ୍ଗିବା ପାଇଁ ସଂଗଠିତ ହୋଇଥିଲା ଏବଂ ବେଆଇନ ଏନକାଉଣ୍ଟର କରିବାକୁ ଚେଷ୍ଟା କରିଥିଲା ।

ପୋଲିସ୍ ସୂଚନା ଅନୁଯାୟୀ ସେହିଭଳି ଡ୍ରାଇଭ୍ ନାଲହର ଗ୍ରାମ ସମେତ ସମସ୍ତ ସ୍ଥାନରେ କରାଯିବ ଯେଉଁଠାରେ ହିଂସାକାରୀମାନେ ଭିଏଚପି ଯାତ୍ରୀ ଉପରେ ଆକ୍ରମଣ କରିଥିଲେ ଏବଂ ଗାଡ଼ି ଗୁଡ଼ିକୁ ଜଳାଇ ଦେଇଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ନୁହ’ର ବିଭିନ୍ନ ଅଞ୍ଚଳରେ ୫୦ ରୁ ଅଧିକ ସ୍ଥାନ ଚିହ୍ନଟ ହୋଇଛି ।

Get real time updates directly on you device, subscribe now.