fbpx

ଅଗ୍ନିବୀର ବାୟୁସୈନିକ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି କି ? ଚଳିତମାସ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ଅନ୍‍ଲାଇନ୍‍ ପଂଜୀକରଣ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ଅଗ୍ନିବୀର ବାୟୁସୈନିକମାନଙ୍କ ନିଯୁକ୍ତି ଲାଗି ଅନଲାଇନ୍‍ ନାମ ପଂଜୀକରଣ ଗତମାସ ୨୭ ତାରିଖରୁ ଆରମ୍ଭ ହୋଇଛି । ଚଳିତମାସ ୧୭ ତାରିଖ ପର୍ଯ୍ୟନ୍ତ ଅନ୍‍ଲାଇନ୍‍ ପଂଜୀକରଣ ଚାଲିବ । ଉଭୟ ପୁରୁଷ ଏବଂ ମହିଳା ବର୍ଗର ପ୍ରାର୍ଥୀମାନେ ଅଗ୍ନିବୀର ବାୟୁ ସୈନିକ ଲାଗି ଆବେଦନ କରିପାରିବେ ।

ଆବେଦନକାରୀ ୨୦୦୩ ମସିହା ଜୁନ୍‍ ମାସ ୨୭ ତାରିଖରୁ ୨୦୦୬ ମସିହା ଡିସେମ୍ବର ମାସ ୨୭ ତାରିଖ ମଧ୍ୟରେ ଜନ୍ମ ହୋଇଥିବେ ଏବଂ ସେମାନେ ଯୁକ୍ତଦୁଇ ଶ୍ରେଣୀରେ ଅତି କମରେ ୫୦ ପ୍ରତିଶତ ମାର୍କ ରଖିଥିବା ଦରକାର ।

ଏହା ସହିତ ଇଂରାଜୀ ବିଷୟରେ ୫୦ ପ୍ରତିଶତ ମାର୍କ ଥିବା ବାଞ୍ଛନୀୟ । ଅଗ୍ନିବୀର ବାୟୁରେ ଯୋଗଦେବା ଲାଗି ପ୍ରାର୍ଥୀମାନଙ୍କର ଅନ୍ୟାନ୍ୟ ଯୋଗ୍ୟତା ଶାରୀରିକ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ତଥ୍ୟ agnipathvayu.cdac.in ରେ ଉପଲବ୍ଧ ଅଛି ।

Get real time updates directly on you device, subscribe now.