ରାଜ୍ୟରେ ବଢିବାରେ ଲାଗିଛି HIV ରୋଗୀଙ୍କ ସଂଖ୍ୟା, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା

ଓଡ଼ିଶାରେ ବଢୁଛି ଏଚଆଇଭି ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର: ଏଚଆଇଭିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଓଡ଼ିଶାରେ ଏଚଆଇଭି ରୋଗୀଙ୍କ ସଂଖ୍ୟା ଦ୍ରୁତଗତିରେ ବଢିବାରେ ଲାଗିଛି । ୨୦୨୧ ମସିହାରେ ୨୩୪୧ ଜଣ ଏଚଆଇଭି ରୋଗୀ ଚିହ୍ନଟ ହୋଇଥିଲେ ।

ସେହିଭଳି ୨୦୨୨ ମସିହାରେ ୩୨୩୨ ଏଚଆଇଭି ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ୨୦୨୩-୨୪ ବର୍ଷରେ ୩୪୩୬ ଏଚଆଇଭି ରୋଗୀ ଚିହ୍ନଟ ହୋଇଛନ୍ତି । ଡିସେମ୍ବର ୨୦୨୪ ସୁଦ୍ଧା ଏହି ଏଚଆଇଭି ରୋଗୀଙ୍କ ସଂଖ୍ୟା ୬୩ ହଜାର ୭୪୨ରେ ପହଞ୍ଚିଛି ।

ଆଜି ବିଧାନସଭାରେ ଓମ୍ ପ୍ରକାଶ ମିଶ୍ରଙ୍କ ପ୍ରଶ୍ନରେ ସ୍ୱାସ୍ଥ୍ୟମନ୍ତ୍ରୀ ଉତ୍ତର ଦେଇଛନ୍ତି । ହ୍ୟୁମାନ ଇମୋନୋଡେଫିସିଏନ୍ସି ଭାଇରସ(HIV) ଏକ ଗମ୍ଭୀର ସଂକ୍ରାମକ ରୋଗ, ଯାହା କି ଆକ୍ବାଏଡ୍ ଇମ୍ୟୁନୋଡେଫିସିଏନ୍ସି ସିଣ୍ଡ୍ରୋମ (ଏଡସ୍) ସୃଷ୍ଟି କରେ ।

ଲକ୍ଷଣ: ଏଡସ ରୋଗର ସାଧାରଣ ଲକ୍ଷଣ ମଧ୍ୟରେ ନିମୋନିଆ ହେବା, ଓଜନ ହ୍ରାସ ହେବା, କାଶ ଲାଗି ରହିବା, ସର୍ବଦା କ୍ଲାନ୍ତ ଅନୁଭବ କରିବା, ଝାଡା ଲାଗି ରହିବା, ଝାଳ ବାହାରିବା, ସ୍ନାୟୁଗତ ସମସ୍ୟା ଦେଖାଯିବା, ଜିଭର ରଙ୍ଗରେ ପରିବର୍ତ୍ତନ ହେବା ଏବଂ ଚର୍ମରେ ସମସ୍ୟା ଦେଖାଯିବା ଭଳି ପ୍ରାରମ୍ଭିକ ଲକ୍ଷଣ ଦେଖାଯାଇଥାଏ ।