fbpx

ଓଡିଶା ଉପକୂଳରେ ପହଞ୍ଚିଲେ ଅଲିଭ ରିଡଲେ: ବସା ବାନ୍ଧିବା ପାଇଁ ଏହି ସ୍ଥାନକୁ ବାଛିଲେ ଲକ୍ଷ ଲକ୍ଷ କଇଁଛ

ଭୁବନେଶ୍ୱର: ଓଡିଶା ଉପକୂଳକୁ ଛୁଟିଛି ବିରଳ ଅଲିଭ ରିଡଲେ କଇଁଛଙ୍କ ସୁଅ । ସମୁଦ୍ରକୂଳରେ ଲକ୍ଷ ଲକ୍ଷ କଇଁଛଙ୍କ ସମାଗମ ଦେଖିବାକୁ ମିଳିଛି । ସମାନ ସମୟରେ ଋଷିକୁଲ୍ୟା ଏବଂ ଗହୀରମଥାରେ ପହଞ୍ଚିଛନ୍ତି ଏହି ବିରଳ କଇଁଛ । ଏହି କଇଁଛମାନଙ୍କୁ ନେଇ ଏକ ଭିଡିଓ ଅପଲୋଡ କରିଛନ୍ତି IFS ଅଧିକାରୀ ସୁଶାନ୍ତ ନନ୍ଦା । ନନ୍ଦାଙ୍କର ଏହି ଭିଡିଓ ପୋଷ୍ଟ ହେବା ପରେ ଅନେକ ଲୋକ ଏହାକୁ ଦେଖିବା ସହ ଏହାର ମଜା ଉଠାଉଛନ୍ତି ।

ଏହାକୁ ପ୍ରକୃତିକ ଘଟଣାର ଏକ ମନୋରମ ଦୃଶ୍ୟ ବୋଲି କ୍ୟାପ୍ସନରେ ଲେଖିଛନ୍ତି ସୁଶାନ୍ତ । ଲକ୍ଷଲକ୍ଷ ସଂଖ୍ୟାରେ ଏଠାରେ ପହଞ୍ଚିଥିବା କଇଁଛମାନଙ୍କୁ ସୁରକ୍ଷା ଦେବାକୁ ପ୍ରସ୍ତୁତ ହୋଇଛନ୍ତି ବିଭାଗୀୟ କର୍ମଚାରୀ । ବିଦେଶୀ ଅତିଥିମାନଙ୍କୁ Z++ ସୁରକ୍ଷା ପ୍ରଦାନ କରାଯାଇଛି । ଏହି ଅବସରରେ ସୁଶାନ୍ତ କର୍ମଚାରୀମାନଙ୍କୁ ସେମାନଙ୍କ କାର୍ଯ୍ୟ ପାଇଁ ପ୍ରଶଂସା ମଧ୍ୟ କରିଛନ୍ତି । ସୋଶଲ ମିଡିଆରେ ସୁଶାନ୍ତଙ୍କ ଏହି ଭିଡିଓ ଭାଇରାଲ ହେବା ସହ ଅନେକ ପ୍ରତିକ୍ରିୟା ମଧ୍ୟ ମିଳିଛି । ଏହି ଅଦ୍ଭୁତ ଦୃଶ୍ୟକୁ ଦେଖି ଖୁବ ମଜା ନେଉଛନ୍ତି ପଶୁପ୍ରେମୀ ।

Get real time updates directly on you device, subscribe now.