fbpx

ଦୁଇ ଦିନିଆ ଟ୍ରେଡ ୟୁନିୟନ୍ ଷ୍ଟ୍ରାଇକ୍: ଉକ୍ରଳ ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶବ୍ୟାପୀ ଟ୍ରେଡ ୟୁନିୟନ୍ ପକ୍ଷରୁ ଦୁଇ ଦିନିଆ ଭାରତ ବନ୍ଦ ଘୋଷଣା କରା ଯାଇଛି । ଏହି ଘୋଷଣା ପରେ ଉକ୍ରଳ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଏହାର ସମସ୍ତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ଯାତାୟାତରେ ସମସ୍ୟା ଉପୁଜିବା କାରଣରୁ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି ।

ଆସନ୍ତା ୨୯ ତାରିଖରୁ ବିଭିନ୍ନ ବର୍ଗର ପରୀକ୍ଷା ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଥିଲା । ତେବେ ଷ୍ଟ୍ରାଇକ୍ କାରଣରୁ ବର୍ତ୍ତମାନ ଏହାକୁ ବନ୍ଦ ରଖାଯାଇଛି । ଅନିର୍ଦ୍ଦିଷ୍ଟ କାଳ ପାଇଁ ପରୀକ୍ଷାକୁ ବନ୍ଦ ରଖାଯାଇଥିବା ବେଳେ ଆଗାମୀ ସମୟରେ ନୂତନ ପରୀକ୍ଷା ତାରିଖ ଘୋଷଣା କରାଯିବ ।କୁଳପତିଙ୍କ ଅନୁମୋଦନ କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ପରୀକ୍ଷା ନିୟନ୍ତ୍ରକ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.