fbpx

କମଲା ହ୍ୟାରିସଙ୍କୁ ହତ୍ୟା ଧମକ ଘଟଣାରେ ନର୍ସ ଗିରଫ

ନୂଆଦିଲ୍ଲୀ, ୧୮ା୪ :ଆମେରିକାର ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କୁ ହତ୍ୟା ଧମକ ଅଭିଯୋଗରେ ଫ୍ଲୋରିଡାର ଜଣେ ୩୯ ବର୍ଷୀୟ ନର୍ସଙ୍କୁ ଗିରଫ କରାଯାଇଛି । ସିଏନଏନର ଖବର ଅନୁଯାୟୀ ଆମେରିକାର ଗୁଇନ୍ଦା ବିଭାଗ ସଂସ୍ଥାର ତଦନ୍ତରୁ ଜଣାପଡିଛି ନର୍ସଙ୍କ ନାମ ନିବିୟାନେ ପେଟିଟ ଫେଲ୍ପସ । ମାମଲା ଅନୁଯାୟୀ ନର୍ସ ଜଣକ ୧୩ ଫେବୃଆରରୁ ୧୮ ଫେବୃଆରୀ ମଧ୍ୟରେ ଉପରାଷ୍ଟ୍ରପତିଙ୍କୁ ମାରିବାକୁ ଏବଂ ଶାରୀରିକ ନିର୍ଯ୍ୟାତନା ଦେବାର ଧମକ ଦେଇଥିଲା ।

ନର୍ସ ଜଣକ ଜ୍ୟାକ୍ସନ ହେଲଥ ସିଷ୍ଟମ ସହ ଜଡିତ  । ଅଭିଯୋଗ ଅନୁଯାୟୀ ଜେଲରେ ବନ୍ଦ ତାଙ୍କ ସ୍ୱାମୀଙ୍କୁ ଭିଡିଓ ପଠାଇ ସେଥିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା ହ୍ୟାରିଶଙ୍କ ବିରୋଧରେ ଖରାପ ଶବ୍ଦ କହିଥିଲୋ । ସେ ଏକ ଭିଡିଓରେ କହିଥିଲେ ‘କମଲା ହ୍ୟାରିଶ ତମେ ମରିବାକୁ ଯାଉଛ, ତମ ପାଖରେ ଆଉ ଅଳ୍ପ ସମୟ ଅଛି’ । ସେ ଆଉ ଏକ ଭିଡିଓ ମାଧ୍ୟମରେ କହିଥିଲେ ‘କମଲା ହ୍ୟାରିଶ ତୁମ ପାଖରେ ଆଉ କେବଳ ୫୦ ଦିନର ସମୟ ଅଛି’ ।

ସଦର୍ନ ଡିଷ୍ଟ୍ରିକ୍ଟ ଅଫ ଫ୍ଲୋରିଡାର ୟୂନାଇଟେଡ ଷ୍ଟେଟ୍ସ ଡିଷ୍ଟ୍ରିକ୍ଟ କୋର୍ଟରେ ହୋଇଥିବା ଅଭିଯୋଗ ଅନୁସାରେ, ନର୍ସ ଜାଣିଶୁଣି ୧୩ରୁ ୧୮ ଫେବୃଆରୀ ପର୍ଯ୍ୟନ୍ତ ଆମେରିକାର ଉପରାଷ୍ଟ୍ରପତିଙ୍କୁ ହତ୍ୟା ଧମକ ଦେଉଥିଲେ । ଅଭିଯୋଗ ଅନୁସାରେ ସେ ହେତ୍ୟା ଧମକ ଦେଉଥିଲେ । ଅଭିଯୋଗ ଅନୁସାରେ ଫେବୃଆରୀରେ ସେ ହତିଆର ରଖିବା ପାଇଁ ଲାଇସେନ୍ସ ଆବେଦନ କରିଥିଲେ । ମାତ୍ର ଯେତେବେଳେ ୩ ମାର୍ଚ୍ଚରେ ଅଧୀକାରୀମାନେ ତଦନ୍ତ ପାଇଁ ଯାଇଥିଲେ କିଛି ବି କହିବାକୁ ସେ ମନା କରିଦେଇଥିଲେ ।

ଏହାପରେ ଗୁଇନ୍ଦା ଅଧୀକାରୀ ୬ ମାର୍ଚ୍ଚରେ ପୁଣି ଥରେ ତାଙ୍କୁ ପଚରା ଉଚରା ପାଇଁ ପହଞ୍ଚିଥିଲେ । ‘ସେ କହିଥିଲେ ହ୍ୟାରିସ ଉପ ରାଷ୍ଟ୍ରପତି ହେବାକୁ ନେଇ ସେ ରାଗିଯାଇଥିଲେ, ମାତ୍ର ଏବେ ସେ ସେଥିରୁ ବାହାରି ଆସିଛନ୍ତି ।

ମାମଲା ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କ ସହିତ ଜଡିତ ଥିବାରୁ ଏହାର ତଦନ୍ତ ଗୁପ୍ତ ଭାବରେ କରାଯାଇଥିଲା । ଏହାପରେ ତାଙ୍କୁ ଗିରଫ କରାଯାଇଥିଲା । ଆରୋପି ନର୍ସଙ୍କ ବିରୁଦ୍ଦରେ ମାମଲା ରୁଜୁ କରାଯାଇ ମାମଲାର ଆଗାମୀ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

Get real time updates directly on you device, subscribe now.