fbpx

ବଲିଉଡ୍ ଷ୍ଟାର ଅର୍ଜୁନ୍ ରାମପାଲ୍ କୋଭିଡ୍ ପଜିଟିଭ ଚିହ୍ନଟ

ମୁମ୍ବାଇ ୧୮ ।୪ (ଓଡିଶା ଭାସ୍କର) : କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତ ବଲିଉଡ୍ ଅଭିନେତା ଅର୍ଜୁନ୍ ରାମପାଲ୍ । ଏନେଇ ସେ ସୋସିୟାଲ୍ ମିଡିଆରେ ସୂଚନା ଦେଇଛନ୍ତି । ଅର୍ଜୁନ ତାଙ୍କ ପୋଷ୍ଟରେ ଲେଖିଛନ୍ତି କି, ‘ମୁଁ କୋଭିଡ୍-୧୯ ପଜିଟିଭ ହୋଇଛି । ହେଲେ ମୋ ପାଖେ କରୋନାର କୌଣସି ଲକ୍ଷଣ ନାହିଁ । ମୁଁ ଏବେ କ୍ୱାରେଣ୍ଟାଇନରେ ଅଛି ।’ ତେବେ ଗତ ୧୦ ଦିନ ମଧ୍ୟରେ ଯେଉଁମାନେ ମୋ ସମ୍ପର୍କରେ ଆସିଛନ୍ତି ସେମାନେ ସତର୍କ ରୁହନ୍ତୁ । ଏହା ଏକ ଖରାପ ସମୟ ଯଦି ସତର୍କ ଓ ବୁଦ୍ଧିମତାର ସହ କାମ କରିବା ତେବେ ଆମେ ବହୁତ ସମୟ ଧରି ସୁରକ୍ଷିତ ରହି ପାରିବା । ଆମେ ସମସ୍ତେ ଏକାଠି ହୋଇ କରୋନା ବିରୋଧରେ ଲଢିବା ଏବଂ କରୋନାର ସବୁ ନିୟମ ପାଳନ କରିବା ଦରକାର ।

 

View this post on Instagram

 

A post shared by Arjun (@rampal72)

Get real time updates directly on you device, subscribe now.