fbpx

ଗୁରୁତର ସୈନିକଙ୍କୁ ଏହି ଦେଶରେ ଦିଆଯାଏ ସେକ୍ସ ଥେରାପି, ଏହାର ଖର୍ଚ୍ଚ ବହନ କରନ୍ତି ସରକାର; ପଢ଼ୁନ୍ତୁ ପୁରା ଖବର

ଇସ୍ରାଏଲ୍ , ୧୮ା୪ (ଓଡିଶା ଭାସ୍କର): ବିଶ୍ୱର ଅନେକ ଦେଶରେ ସେକ୍ସ ଥେରାପିକୁ ନେଇ ବିବାଦ ରହିଆସିଛି । ହେଲେ କିଛି ଏପରି ଦେଶ ରହିଛି ଯେଉଁଠାରେ ଏହି ଥେରାପି ପାଇଁ ସରକାର ନିଜେ ଅନୁମତି ଦିଅନ୍ତି ଏବଂ ତାର ଖର୍ଚ୍ଚ ବହନ କରନ୍ତି । ତେବେ ସେହିଭଳି ଏକ ଦେଶ ହେଉଛି ଇସ୍ରାଏଲ୍ । ଏଠାରେ ଗୁରୁତର ଭାବେ ଆହତ ହୋଇଥିବା ସୈନିକ ମାନଙ୍କୁ ସେକ୍ସ ଥେରାପି ଦିଆଯାଏ ଏବଂ ସବୁଠାରୁ ଆଶ୍ଚର୍ଯ୍ୟ କଲା ଭଳି କଥା ହେଉଛି ଏହାର ସମସ୍ତ ଖର୍ଚ୍ଚ ନିଜେ ସରକାର ବହନ କରନ୍ତି । ଏହି ଥେରାପି ଦେବାର କାରଣ ହେଉଛି ସୈନିକ ମାନେ ଗୁରୁତର ଭାବେ ଆହତ ହେବା ଦ୍ୱାରା ସହବାସ କରିବାର କ୍ଷମତା ହରାଇ ବସନ୍ତି । ତେଣୁ ଏହି କ୍ଷମତାକୁ ବଢ଼ାଇବା ପାଇଁ ଇସ୍ରାଏଲରେ ଏହି ଥେରାପି ଦିଆଯାଏ ।

ତେବେ ଏହି ଦେଶରେ ପ୍ରଚଳନ ହେଉଥିବା ନିୟମ ଅନୁଯାୟୀ, ସୈନ୍ୟ ମାନେ କୌଣସି ଗୁରୁତ୍ୱପୁର୍ଣ୍ଣ ଅଭିଯାନରେ ଗୁରୁତର ଭାବେ ଘାୟଲ ହୋଇଥିଲେ ସେମାନେ ସେକ୍ସ କରିବାର କ୍ଷମତା ହରାଇବାର ବସନ୍ତି । ଆଉ ଏହି କ୍ଷମତାକୁ ପୁନଃ ବଢ଼ାଇବାକୁ ଯାଇ ଏହି ସ୍ୱତନ୍ତ୍ର ଥେରାପି ଦିଆଯାଏ । ଆଉ ସୈନ୍ୟ ମାନଙ୍କ ସାହାଯ୍ୟ କରିବାକୁ ଯାଇ ସେଠାକାର ସରକାର ଏହାର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରନ୍ତି । ଏହି ଥେରାପି ନେଉଥିବା ସୈନ୍ୟ ମାନଙ୍କ ନାମକୁ ସାର୍ବଜନୀନ କରାଯାଇ ନଥାଏ । ଏଥିପାଇଁ ସେକ୍ସ ସରୋଗେଟସ୍ ମାନେ ପାର୍ଟନର୍ ଭାବେ ଆସନ୍ତି ।

ଆହୁରି ମଧ୍ୟ ସୁଚନା ରହିଛି ଯେ, ଏହି ସେକ୍ସ ଥେରାପିରେ ଖାଲି ମହିଳା ମାନେ ନୁହେଁ ବରଂ ପୁରୁଷ ମାନେ ମଧ୍ୟ ସାମିଲ ହୋଇପାରିବେ । ତେବେ ଏଥିରେ ଖାଲି ପାର୍ଟନର୍ ର ଭୂମିକାକୁ ଗୁରୁତ୍ୱ ଦିଆଯାଏ । ସେମାନଙ୍କ କହିବା କଥା ଯେ, ଏହି ଥେରାପିକୁ କାହାକୁ ଖୁସି କରିବା ନୁହେଁ, କେବଳ ଶରୀରକୁ ଫୁର୍ତ୍ତି ଏବଂ ଗୁରୁତର ଅବସ୍ଥାକୁ ରିକଭରି କରିବା ପାଇଁ ଦିଆଯାଏ । ଏଥିସହିତ ଏହି ଥେରାପିର ବେଶ୍ୟା ବୃତ୍ତି ସହିତ କୌଣସି ସମାନତା ନାହିଁ ।

Get real time updates directly on you device, subscribe now.