fbpx

କରୋନା କାଳରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଚାପକୁ ଏଡ଼ାଇବେ କିପରି, ଜାଣନ୍ତୁ

ଛାତ୍ରଛାତ୍ରୀମାନେ ପରୀକ୍ଷାକୁ ନେଇ ସର୍ବଦା ଚାପରେ ରହିଥାନ୍ତି । ବର୍ତ୍ତମାନ କରୋନା ସମୟରେ ତ ଛାତ୍ରଛାତ୍ରୀ ଚାପରେ ରହିବା ସ୍ୱାଭାବିକ । କାରଣ ସରକାର କେତେବେଳେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ତାରିଖ ସ୍ଥିର କରୁଛନ୍ତି ତ ପୁଣି କେତେବେଳେ ବାତିଲ କରିଦେଉଛନ୍ତି । ଏପରିସ୍ଥଳେ ଛାତ୍ରଛାତ୍ରୀଙ୍କ ଚାପ ବଢ଼ିବା ସ୍ୱାଭାବିକ । ଏପରିକି ଅନେକ ଡିପ୍ରେସନର ଶିକାର ହେବା ସହ ଆତ୍ମହତ୍ୟା ପରି ରାସ୍ତାକୁ ମଧ୍ୟ ବାଛି ନେଇଥାନ୍ତି । ପିତାମାତା, ଶିକ୍ଷକ, କୋଚିଂ ସେଣ୍ଟର, ସ୍କୁଲ ପିଲାଙ୍କ ଉପରେ ଭଲ ରେଜଲ୍ଟ ପାଇଁ ପ୍ରବଳ ଚାପ ପକାଇଥାନ୍ତି । ଫଳରେ ପିଲାମାନେ ଭୟଭୀତ ହୋଇଯାଇଥାନ୍ତି । ଆସନ୍ତୁ ଜାଣିବା ଏଭଳି କିଛି ଉପାୟ ଯାହାର ପ୍ରୟୋଗ କରି ଆପଣ ପିଲାମାନଙ୍କୁ ପରୀକ୍ଷା ସମୟରେ ଚାପମୁକ୍ତ କରିପାରିବେ ।

– ପରୀକ୍ଷା ଫଳାଫଳକୁ ନେଇ ଆପଣ ଏପରି ବ୍ୟକ୍ତିଙ୍କ ସହ ଆଲୋଚନା କରିପାରିବେ, ଯାହାଙ୍କୁ ଆପଣ ପରାମର୍ଶଦାତା ମାନିଥାନ୍ତି । ସେ ଆପଣଙ୍କର ସାଙ୍ଗ, ଶିକ୍ଷକ, ପିତାମାତା ବା ଅନ୍ୟ କେହି ହୋଇ ପାରନ୍ତି । ଅନ୍ୟ ସାଙ୍ଗସାଥୀଙ୍କ ସହ ନିଜକୁ ତୁଳନା କରନ୍ତୁ ନାହିଁ । ପରୀକ୍ଷା ଫଳାଫଳର ଭଲ ଓ ଖରାପ ଦିଗ ପ୍ରତି ଦୃଷ୍ଟି ଦେଇ ଭବିଷ୍ୟତର ଯୋଜନା ନିର୍ଦ୍ଧାରଣ କରନ୍ତୁ ।

– ମାନସିକ ଦୁଶ୍ଚିନ୍ତା, ଫଳାଫଳକୁ ନେଇ ହତାଶା, କ୍ରୋଧ ଆଦିକୁ ଏଡ଼ାଇବା ପାଇଁ ଖେଳ, କସରତ କରନ୍ତୁ । ସାଙ୍ଗ ସହ ସମୟ ଅତିବାହିତ କରନ୍ତୁ । ଚାପ କମ କରିବା ପାଇଁ ମଦ୍ୟପାନ, ଡ୍ରଗ୍ସ କିମ୍ବା ଅନ୍ୟ ଧୂମପାନ ସେବନ କରନ୍ତୁ ନାହିଁ । ମନେରଖନ୍ତୁ ଯେ, ମାର୍କ ଆପଣଙ୍କର ଭବିଷ୍ୟତର ସଫଳତାର ଚାବିକାଠି ନୁହେଁ । ଆପଣଙ୍କ ଜୀବନର ଏହା ହେଉଛି ସାମାନ୍ୟ ପରୀକ୍ଷା ।

– ପରୀକ୍ଷା ସମୟରେ ଟେନସନରେ ରହି ଖାଦ୍ୟକୁ ଅବହେଳା କରନ୍ତୁ ନାହିଁ । କାରଣ ସୁଷମ ଖାଦ୍ୟ ନ ଖାଇଲେ ଆପଣ ପରୀକ୍ଷା ପ୍ରସ୍ତୁତି ଭଲରେ କରିପାରିବେ ନାହିଁ । ପିଲାଙ୍କୁ ଚାପମୁକ୍ତ ରଖିବା ପାଇଁ ପିତାମାତାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପିତାମାତା ପିଲାଙ୍କୁ ପାଠର ବୋଝ ଲଦିବା ଅନୁଚିତ । ସେମାନଙ୍କୁ ଟେନସନ ଫ୍ରି ରଖିବାକୁ ଚେଷ୍ଟା କରିବା ଉଚିତ ।

– ପିତାମାତା ପିଲାମାନଙ୍କୁ ଅନ୍ୟମାନଙ୍କ ସହ ତୁଳନା କରିବା ଅନୁଚିତ । ବିନା କାରଣରେ ସେମାନଙ୍କୁ ଗାଳି କରିବା ଅନୁଚିତ । ପରୀକ୍ଷା ସମୟରେ ପିତାମାତା ପିଲାମାନଙ୍କର ଦୈନିକ କାର୍ଯ୍ୟକଳାପ ଓ ମାନସିକ ସ୍ଥିତି ବିଷୟରେ ନଜର ରଖିବା ଦରକାର । ସେମାନଙ୍କ ସହ ସକାରାତ୍ମକ କଥାବାର୍ତ୍ତା କରିବା ଉଚିତ ।

Get real time updates directly on you device, subscribe now.