fbpx

ବାହାଘର ପରଦିନ ଡ୍ୟୁଟି କରିବାକୁ ପଂହଚିଲେ ନର୍ସ । ବୋହୂ ବେଶରେ ଦେଖି ମେଡିକାଲ ଷ୍ଟାଫ କାବା !

ଭୁବନେଶ୍ୱର:୨୮ ।୪(ଓଡିଶା ଭାସ୍କର):ବାହାଘର କର୍ମ ସରୁ ସରୁ ସକାଳ ହେଇଗଲା । ବୋହୂବିଦା ବି ଭଲସେ ହେଲାନି । ଶାଶୁ ଘର ଲୋକଙ୍କ ସହ ବି ଠିକ ଭାବେ ମିଳାମିଶା ହୋଇନଥିଲା ।ବାହାଘର ପରର କର୍ମ ବି ସରିନଥିଲା । କିନ୍ତୁ ଏପଟେ ଷ୍ଟାଟ ହେଇଗଲା ଡ୍ୟୁଟି ସମୟ । ବାସ ବାହାଶଢ଼ୀ ଉପରେ ଆପ୍ରୋନ ପିନ୍ଧି ମୁହଁରେ ମାସ୍କ ବାନ୍ଧି ମେଡିକାଲରେ ଡ୍ୟୁଟି କରିବାକୁ ପଂହଚିଲେ ନବ ବିବାହିତ ନର୍ସ । ସାଥୀ ନର୍ସ ଓ ମେଡିକାଲର ଅନ୍ୟ କର୍ମଚାରୀ ବି ତାଙ୍କୁ ଦେଖି ତାଜୁବ । ତାଜା ମେହେନ୍ଦି ଲଗିଥିବା ହାତରେ ଥିଲା ଇନଜେକସନ ସିରିଂଜ । ବାସ୍ତବିକ ନର୍ସ ଜଣକ ଗ୍ୱାଲିଅର ର ଏକ ମେଡିକାଲରେ ନର୍ସ ଭାବେ କାର୍ଯ୍ୟରତ । ଦୁଇଦିନ ତଳେ ତାଙ୍କ ବାହାଘର ସମ୍ପନ୍ନ ହୋଇଥିଲା । କିନ୍ତୁ କର୍ତ୍ତବ୍ୟର ଆହ୍ୱାନରେ କରୋନା ବିପତ୍ତି ସମୟରେ ଡ୍ୟୁଟିରେ ଅବହେଳା କରିବାକୁ ଚାହିଁନଥିଲେ ଏହି କାରୋନା ଯୋଦ୍ଧା ପାର୍ବତୀ ।ଅବଶ୍ୟ ଡ୍ୟୁଟି ସାରି ଶାଶୁ ପଂହଚିବା ପରେ ଅଧୂରା ଥିବା ବାକି କର୍ମ ସମ୍ପନ୍ନ ହୋଇଥିଲା ।

Get real time updates directly on you device, subscribe now.