fbpx

ଇନର ଉପରେ ପିପିଇ କିଟ୍ ପିନ୍ଧି ଚିକିତ୍ସା କରୁଥିଲେ ନର୍ସ, ଜବାବରେ କହିଲେ ଏପରି

Advertisement

ଋଷର ଏକ ମେଡିକାଲରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ନିୟୋଜିତ ହୋଇଥିବା ଜଣେ ନର୍ସଙ୍କ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ତାଙ୍କ ଋଷର ‘ ଟୁ ହାର୍ଟ ନର୍ସ’ ବୋଲି ମଧ୍ୟ କୁହାଯାଇଛି । ନର୍ସଙ୍କ ଏପରି ଫଟୋକୁ ସେୟାର କରି ପରିହାସ କରୁଥିବା ଲୋକଙ୍କୁ ସେ ଓ ତାଙ୍କର ସହଯୋଗୀମାନେ ଉଚିତ୍ ଜବାବ ଦେଇଛନ୍ତି ।

ତେବେ ଭାଇରାଲ ହେଉଥିବା ଫଟୋରେ ନର୍ସ କେବଳ ଇନର ଉପରେ ପିପିଇ କିଟ୍ ପିନ୍ଧି ରୋଗୀ ସେବା କରୁଥିଲେ । ନାଦିଆ ନାମକ ୨୩ ବର୍ଷୀୟ ନର୍ସ ନିଜ ଗ୍ରାଉନ୍ କାଢି ଇନର ଉପରେ ପିପିଇ କିଟ୍ ପିନ୍ଧି ୩ଟି ସିପ୍ଟରେ ଡ୍ୟୁଟି ଦେଉଥିଲେ । ଭାଇରାଲ ହେବା ପରେ ସେ କହିଥିଲେ ଯେ, ପୂର୍ବରୁ କାମ କରୁଥିବା ବେଳେ ଡ୍ରେସ୍ ଉପରେ ପିପିଇ କିଟ୍ ପିନ୍ଧିବାରୁ ଅଧିକ ଗରମ ହେଉଥିଲା । ସେଥିରେ ପୁଣି କାମ କରୁଥିବା ବେଳେ ରେଷ୍ଟ ମଧ୍ୟ ମିଳୁନାହିଁ । ଏହି ପରିସ୍ଥିତିରେ ଇନର ଉପରେ ପିପିଇ କିଟ୍ ପିନ୍ଧିବାକୁ ଉଚିତ୍ ଭାବି କାମ କରିଚାଲିଲି । ନିଜ ଜୀବନ ସହ ଖେଳି ଆମେ ସେବା କରୁଛି, କିନ୍ତୁ କିଛି ଘଟିଆ ଲୋକ ଆମର ପୋଷାକକୁ ନେଇ ଜଜ୍ କରୁଛନ୍ତି ।’କୁହାଯାଉଛି ଯେ, ନାଦିଆଙ୍କୁ ହସ୍ପିଟାଲରୁ ନିଲମ୍ବିତ କରାଯାଇଛି । କିନ୍ତୁ ସମସ୍ତ ଡାକ୍ତର, ସହଯୋଗୀ ନର୍ସମାନେ ନାଦିଆଙ୍କ ସପକ୍ଷରେ ଆଗେଇ ଆସିଛନ୍ତି ।

Get real time updates directly on you device, subscribe now.