fbpx

ସ୍କୁଲକୁ ବନ୍ଧୁକ ଆଣି ଗୁଳି ଲୁଚାଇଲେ ନର୍ସରୀ ଛାତ୍ର; ତୃତୀୟ ଶ୍ରେଣୀ ଛାତ୍ର ଗୁରୁତର

ପାଟନା: ବିହାରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ନର୍ସରୀ କ୍ଲାସରେ ପଢୁଥିବା ଜଣେ ଛାତ୍ର ସ୍କୁଲ ବ୍ୟାଗରୁ ପିସ୍ତଲ ବାହାର କରି ତୃତୀୟ ଶ୍ରେଣୀରେ ପଢୁଥିବା ଛାତ୍ରକୁ ଗୁଳି କରିଛି । ଗୁଳିଟି ପିଲାଟିର ହାତରେ ବାଜିବାରୁ ସେ ଗୁରୁତର ଆହତ ହୋଇଛି। ରକ୍ତଜୁଡୁବୁଡୁ ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ପିଲାଟିର ଚିକିତ୍ସା ଜାରି ରହିଛି। ବିହାରର ସୁପୌଲ ଜିଲ୍ଲାର ଲାଲପଟ୍ଟି ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି।

ଏଠାରେ ଏକ ଘରୋଇ ସ୍କୁଲରେ ପଢୁଥିବା ନର୍ସରୀ ଶ୍ରେଣୀର ଜଣେ ଛାତ୍ର ଜଣେ ୧୦ ବର୍ଷର ବାଳକକୁ ଗୁଳି କରିଛି। ଏହି ପିଲା ନିଜ ବ୍ୟାଗ୍ ରେ ବନ୍ଧୁକ ଲୁଚାଇ ସ୍କୁଲନେଇଥିବା ସୂଚନା ମିଳିଛି। ଘଟଣାର ଖବର ପାଇ ପୋଲିସ ସ୍କୁଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିପରି ୫ ବର୍ଷର ଶିଶୁ ପାଖରେ ବନ୍ଧୁକ ପହଞ୍ଚିଲା ତାହା ଜାଣିବା ପାଇଁ ପୋଲିସ ଖୋଳତାଡ୍ ଆରମ୍ଭ କରିଛି। ପୋଲିସ ଏହି ଘଟଣାରେ ସ୍କୁଲ ପ୍ରଶାସନ ଓ ଶିଶୁର ଅଭିଭାବକଙ୍କୁ ମଧ୍ୟ ପଚରାଉଚରା କରୁଛି।

ଏଥିସହିତ ସ୍କୁଲର ବିଭାଗୀୟ ଆଧିକାରୀଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ। ପୋଲିସ ଅଧୀକ୍ଷକ ଶୈଶବ ଯାଦବ କହିଛନ୍ତି, ସେହି ସ୍କୁଲରେ ତୃତୀୟ ଶ୍ରେଣୀରେ ପଢୁଥିବା ଜଣେ ୧୦ ବର୍ଷର ଛାତ୍ର ଉପରକୁ ନର୍ସରୀ ଛାତ୍ର ଗୁଳି ଚଳାଇଥିଲେ। ଗୁଳି ତାଙ୍କ ହାତରେ ବାଜିଥିଲା। ଆହତ ବାଳକକୁ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି ବୋଲି ସେ କହିଛନ୍ତି, ସ୍କୁଲରେ ଗୁଳିକାଣ୍ଡକୁ ନେଇ ଉତ୍ତ୍ୟକ୍ତ ଲୋକେ ଉତ୍ତେଜନା ପ୍ରକାଶ କରିଛନ୍ତି। ସ୍କୁଲକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ନିୟମିତ ସ୍କ୍ରିନିଂ କରିବାକୁ ମଧ୍ୟ କୁହାଯାଇଛି।

Get real time updates directly on you device, subscribe now.