fbpx

ବଲାଙ୍ଗୀରରେ ନର୍ସିଂହୋମ ସିଲ୍

ବଲାଙ୍ଗୀର,୯ା୪(ଓଡ଼ିଶା ଭାସ୍କର): ବଲାଙ୍ଗୀରେ ନସିଂ ହୋମ୍ ସିଲ୍ ହୋଇଛି । ନର୍ସିଂହୋମକୁ ସିଲ୍ କରିଛି ବଲାଙ୍ଗୀର ଟାଉନ ଥାନା ପୋଲିସ୍ । କୋଭିଡ଼ -୧୯ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ନର୍ସିଂହୋମ ସିଲ୍ ହୋଇଛି ।ଏହାସହ ବଲାଙ୍ଗୀର ଘରୋଇ ନସିଂହୋମ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଥିବା ନେଇ ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ କରୋନା ସତର୍କତା ନେଇ ରାଜ୍ୟ ଲକ୍ ଡାଉନ ରହିଛି । ଲକ୍ ଡାଉନ କିମ୍ବା କୋଭିଡ଼-୧୯ ନିୟମ ଉଲ୍ଲଙ୍ଘନ କରିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା । ରାଜ୍ୟରେ ୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Get real time updates directly on you device, subscribe now.