fbpx
BSKY SKY
BSKY SKY

ଧୁମଧାମରେ ଦୀପାବଳୀ ପାଳିଲେ ନୁସରତ୍, ମ୍ୟାଚିଂ ଆଉଟ୍ ଫିଟରେ ୟଶ୍ ଓ ପୁଅ ଇଶାନଙ୍କ ଆସିଲେ ନଜର; ଦେଖନ୍ତୁ ଫଟୋ

BSKY

କୋଲକାତା: ନୁସରତ୍ ଜହାଁ ଖୁବ୍ ଧୁମଧାମ୍ ରେ ଦୀପାବଳୀ ପାଳନ କରିଛନ୍ତି । ସେ ନିଜ ପୁଅ ଇଶାନ୍ ଓ ବୟଫ୍ରେଣ୍ଡ ତଥା ଅଭିନେତା ୟଶ୍ ଦାସଗୁପ୍ତାଙ୍କ ସହିତ ପ୍ରଥମ ଥର ଦୀପାବଳୀ ପାଳନ କରିଛନ୍ତି । ତେବେ ଦୀପାବଳୀ ଅବସରରେ ସେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୁନ୍ଦର ମୁହୂର୍ତ୍ତର ଫଟୋ ସେୟାର୍ କରିଛନ୍ତି । ସେ ଏଥିରେ ଏକ ଦମ୍ ବିବାହିତା ନାରୀ ବେଶରେ ନଜର ଆସିଛନ୍ତି । ନିକଟରେ ତାଙ୍କ ବିବାହକୁ ନେଇ ଖୁବ୍ ଚର୍ଚ୍ଚା ଓ ର୍ୟୁମର୍ ଦେଖାଦେଉଥିବା ବେଳେ ଦୀପାବଳୀ ଅବସରରେ ଅପଲୋଡ୍ କରିଥିବା ଫଟୋରୁ ସବୁକିଛି ବାରି ହୋଇ ପଡ଼ୁଛି । ବିବାହକୁ ନେଇ ରହିଥିବା ସବୁ କନଫ୍ୟୁଜନ୍ ଦୂର ହୋଇଯାଇଛି ।

ନୁସରତ୍ ଓ ୟଶ୍ ଦୁହେଁ ଦୀପାବଳୀରେ ମ୍ୟାଚିଂ ଆଉଟଫିଟ୍ ରେ ନଜର ଆସିଛନ୍ତି । ନୁସରତ୍ ପର୍ପଲ୍ ରଙ୍ଗର ଶାଢ଼ୀରେ ନଜର ଆସିଥିବା ବେଳେ ୟଶ୍ ମଧ୍ୟ ପର୍ପଲ୍ ରଙ୍ଗର କୁର୍ତ୍ତାରେ ଦେଖିବାକୁ ମିଳିଛନ୍ତି । ଏହି ଆଉଟଫିଟ୍ ରେ ନିଜ ପରିବାରର ଖୁବ୍ ସୁନ୍ଦର ମୁହୂର୍ତ୍ତ ସେୟାର୍ କରିଛନ୍ତି ।

ଫଟୋରେ ସେ ନିଜ ପୁଅକୁ ଧରି ଗେହ୍ଲା କରୁଥିବା ଦେଖିବାକୁ ମିଳିଛନ୍ତି । ଅପଲୋଡ୍ କରିଥିବା ଫଟୋ କ୍ୟାପସନ୍ ରେ ସେ ହାପି ଦିୱାଲୀ ଲେଖି ସେୟାର୍ କରିଛନ୍ତି । ନୁସରତ୍ ନିଜ ପୁଅ ଇଶାନଙ୍କୁ କୋଳରେ ଧରି ଫଟୋ ସେୟାର୍ କରିଛନ୍ତି ।

ତେବେ ଫଟୋରେ କିଛି ୟୁଜର୍ ଟ୍ରୋଲ୍ କରିଛନ୍ତି । କିଛି ଜଣ କହିଛନ୍ତି ଯେ, ମୁସଲିମ୍ ହୋଇ କିପରି ଦୀପାବଳୀ ପାଳନ କରୁଛନ୍ତି । ପୂର୍ବରୁ ନୁସରତ୍ ତାଙ୍କ ପୁଅର ବାପାଙ୍କ ନାଁ କହିବାକୁ ଅନିଚ୍ଛା ପ୍ରକାଶ କରିଥିଲେ । ଏକ ପ୍ରେସ୍ କନଫରେନ୍ସରେ ସେ କହିଥିଲେ ଯେ, କାହାକୁ ଆକ୍ଷେପ କରି କହିବା ବହୁତ୍ ସହଜ । କିନ୍ତୁ ପରେ ତାଙ୍କ ପୁଅର ଜନ୍ମ ପ୍ରମାଣ ପତ୍ର ସାମନାକୁ ଆସିଥିଲା । ସେଥିରେ ନୁସରତ୍ ଙ୍କ ପୁଅର ନାମ ଲେଖାଥିଲା ୟଶ୍ ଦାସଗୁପ୍ତା ।

Get real time updates directly on you device, subscribe now.