fbpx

ଏହି ଟିମ୍ ଜିତିବ ଟି-୨୦ ୱାର୍ଲ୍ଡ କପ୍, ପୂର୍ବତନ ଭାରତୀୟ କ୍ରିକେଟର କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ: ବର୍ତ୍ତମାନ ଟି-୨୦ ବିଶ୍ୱକପର ସୁପର-୧୨ ପର୍ଯ୍ୟାୟ ଚାଲିଥିବା ବେଳେ ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ଭବିଷ୍ୟବାଣୀ କରିଛନ୍ତି । ବିଶ୍ୱକପର ୱିନର କେଉଁ ଦେଶ ହେବ, ସେନେଇ ଭବିଷ୍ୟବାଣୀ କରିଛନ୍ତି ବିରେନ୍ଦ୍ର ସେହୱାଗ । ଫେସବୁକ ପେଜରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ସେ ଏହା କହିଛନ୍ତି ।

ସେହୱାଗଙ୍କ ମତରେ, ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଫାଇନାଲ ଖେଳାଯିବାର ସମ୍ଭାବନା ରହିଛି । ଇଂଲଣ୍ଡ ଚଳିତ ବିଶ୍ୱକପର ଚାମ୍ପିୟନ ହୋଇପାରେ । ଚଳିତ ବିଶ୍ୱକପରେ ଇଂଲଣ୍ଡ ଶାନଦାର ପ୍ରଦର୍ଶନ କରିବା ସହ ଫୁଲ୍ ଫର୍ମରେ ରହିଛି । ଦଳର ବ୍ୟାଟିଂଠାରୁ ଆରମ୍ଭ କରି ବୋଲିଂ ଉଚ୍ଚକୋଟୀର ରହିଛି । ସୁପର-୧୨ରେ ଦଳ ସମସ୍ତ ମ୍ୟାଚ ଜିତିବାରେ ସକ୍ଷମ ହୋଇଛି । ଅନ୍ୟପଟେ ଟିମ୍ ଇଣ୍ଡିଆକୁ ପ୍ରଥମ ମ୍ୟାଚରେ ହରାଇବା ପରେ ପାକିସ୍ତାନ ମଧ୍ୟ ଏବେ ସୁଦ୍ଧା ସମସ୍ତ ମ୍ୟାଚ ଜିତି ସାରିଛି । ତେଣୁ ପାକିସ୍ତାନ ମଧ୍ୟ ୱିନର ଦୌଡ଼ରେ ସାମିଲ ରହିଥିବା ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ଅଷ୍ଟ୍ରେଲିଆର ମହାନ ଲେଗ୍ ସ୍ପିନର ଶେନ ୱର୍ଣ୍ଣ ମଧ୍ୟ ସୁପର-୧୨ ଆରମ୍ଭ ହେବା ପୂର୍ବରୁ ନିଜର ମତାମତ ଦେଇଥିଲେ । ଭାରତ ଓ ଇଂଲଣ୍ଡ ଉଭୟ ଚଳିତ ବିଶ୍ୱକପର ମୁଖ୍ୟ ଦାବିଦାର ବୋଲି ସେ କହିଥିଲେ । ତେବେ ଇଂଲଣ୍ଡ ବର୍ତ୍ତମାନ ସେମିରେ ପହଞ୍ଚି ସାରିଥିବା ବେଳେ ଭାରତ ଏ କ୍ଷେତ୍ରରେ ପଛରେ ପଡ଼ିଯାଇ ସଂଘର୍ଷରତ ରହିଛି ।

Get real time updates directly on you device, subscribe now.