fbpx

ମିଛ ନୁହେଁ ସତ ହେଲା ନୁସରତଙ୍କ ବିବାଦୀୟ ଖବର ; ସାମ୍ନାକୁ ଆସିଲା ଫଟୋ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଟିଏମସି ସାଂସଦ ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ ଜାହାଁ । ତାଙ୍କର ପର୍ସନାଲ ଲାଇଫକୁ ନେଇ ସେ ବହୁତ ଚର୍ଚ୍ଚାରେ ରୁହନ୍ତି । ଗତ କିଛି ଦିନ ହେବ ନେଇ ସେ ଗର୍ଭବତୀ ଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ତାଙ୍କ ସ୍ୱାମୀ ନିଖିଲ୍ ଜୈନ ଅଭିନେତ୍ରୀ ନୁସରତ୍  ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ଏହାର ଯବାବ୍ ରେ ଅଭିନେତ୍ରୀ ମଧ୍ୟ ତାଙ୍କ ସ୍ୱାମୀଙ୍କ ଉପରେ ଅନେକ ଅଭିଯୋଗ ମଧ୍ୟ ଲଗାଇଛନ୍ତି । ଉଭୟଙ୍କର ବିବାହ ଏବେ ଭାଙ୍ଗିବା ଉପରେ । କିନ୍ତୁ ବର୍ତ୍ତମାନ ଅଭିନେତ୍ରୀ ନୁସରତ୍ଙ୍କର ଗର୍ଭବତୀ ଥିବାର ପ୍ରଥମ ଫଟୋ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ସେ ତାଙ୍କ ବେବି ବମ୍ପ ସହ ନଜର ଆସୁଛନ୍ତି । ତାଙ୍କର ଏହୋ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ୟୁଜର୍ସ ମାନେ ଏହି ଫଟୋକୁ ଦେଖି ତାଙ୍କ ଭିନ୍ନ ମତ ଦେଉଛନ୍ତି ।

ନୁସରତଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଆସିବା ପରେ ପୁରାପୁରୀ ସ୍ପଷ୍ଟ ହେଉଛି ଯେ ସେ ଗର୍ଭବତୀ ଅଛନ୍ତି । ଏହି ଫଟୋରେ ନୁସରତ୍ଙ୍କ ଧଳା ରଙ୍ଗର ଢିଲା ଗାଉନ ପିନ୍ଧିଥିବାର ନଜର ଆସିଛନ୍ତି ଏଥିସହ ନୁସରତଙ୍କ ସହ ବଙ୍ଗୀୟର ଜଣାଶୁଣା ଅଭିନେତ୍ରୀ ତନୁଶ୍ରୀ ଓ ଶ୍ରାବନ୍ତି ଚାଟାର୍ଜୀ ମଧ୍ୟ ନଜର ଆସିଛନ୍ତି । ଏହି ଖବର ଉପରେ ବର୍ତ୍ତମାନ ନୁସରତ୍ ଜାହାଁ ନୀରବ ରହିଛନ୍ତି ।

ଏଥିସହିତ ତାଙ୍କ ସ୍ୱାମୀ ନିଖିଲ ଦାବି କରିଛନ୍ତି କି ସେ ପିଲାଟି ତାଙ୍କର ନୁହେଁ ବୋଲି ସ୍ପଷ୍ଟ ଭାବେ କହିଛନ୍ତି । କାରଣ ସେ ଦୁହେଁ ୬ ମାସ ହେବ ଏକାଠି ନାହାନ୍ତି । ପୂର୍ବରୁ ସେ ବଙ୍ଗଳା ଚଳଚିତ୍ର ଅଭିନେତା ୟଶ୍ ଦାସ ଗୁପ୍ତାଙ୍କ ସହ ନୁସରତ୍ଙ୍କର ସମ୍ପର୍କ ଥିବା ନେଇ ଖବର ଆସିଥିଲା । କିନ୍ତୁ ପରେ ଦାବି କରାଯାଇଥିଲା କି ନୁସରତ୍ ୟଶ ଦାସଗୁପ୍ତାଙ୍କ ସହ ଛୁଟି ମନେଇବାକୁ ଯାଇଥିଲେ । ଯେଉଁଥିରେ ନିଖିଲ ଜୈନ ଓ ନୁସରତ୍ଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବାର କାରଣ ୟଶ ଦାସଗୁପ୍ତା ବୋଲି କୁହାଯାଉଛି । ବାଂଲାଦେଶର ବିବାଦୀୟ ଲେଖକ ତସଲିମା ନାସିରିନ୍ ମଧ୍ୟ ଏହି ପ୍ରସଙ୍ଗରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ନୁସରତ୍ ନିଖିଲଙ୍କ ଠାରୁ ଛାଡପତ୍ର ନେବାକୁ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.