fbpx

କମିବ ସ୍କୁଲ ପିଲାଙ୍କ ବସ୍ତାନି ବୋଝ, ଜଣାନ୍ତୁ କେତେ ଓଜନ ର ବ୍ୟାଗ ନେଇପାରିବ ଆପଣଙ୍କ ପିଲା

Advertisement

ସ୍କୁଲ ପିଲାଙ୍କ ବ୍ୟାଗ ର ଓଜନ କମାଇବା ପାଇଁ ସ୍କୁଲ ବ୍ୟାଗ୍ ନୀତି ଜାରି କରିଛନ୍ତି କେନ୍ଦ୍ର ସରକାର। ପିଲାଙ୍କ ଓଜନଠାରୁ ସ୍କୁଲ ବ୍ୟାଗର ଓଜନ ୧୦%ରୁ କମ୍ ରହିବ। ଅର୍ଥାତ୍ ଯଦି ଜଣେ ଛାତ୍ରଙ୍କ ଓଜନ ୩୦ କେଜି ହୋଇଥାଏ ତେବେ ସେ ୩ କେଜିର ବ୍ୟାଗ୍ ଆଣି ବିଦ୍ୟାଳୟକୁ ଆସିବେ। ଯଦି କୌଣସି ଛାତ୍ରଛାତ୍ରୀ ନିର୍ଦ୍ଧାରିତ ଓଜନଠାରୁ ଅଧିକ ଓଜନର ବ୍ୟାଗ୍ ଆଣି ବିଦ୍ୟାଳୟକୁ ଆସିଥିବେ ତେବେ ଏନେଇ ସ୍କୁଲ କର୍ତୃପକ୍ଷ ଅଭିଭାବକଙ୍କୁ ଜଣାଇବେ। ପ୍ରତି ୩ ମାସରେ ଥରେ ଗୋଟିଏ ଦିନ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗର ଓଜନ ଯାଞ୍ଚ କରାଯିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ସ୍କୁଲ ବ୍ୟାଗ୍ ନୀତି-୨୦୨୦ରେ ଉଲ୍ଲେଖ କରାଯାଇଛି। ଏହା ସହ ପ୍ରି-ପ୍ରାଇମେରି ପିଲାଙ୍କୁ ବ୍ୟାଗ୍ ମନା କରାଯାଇଛି ।

Get real time updates directly on you device, subscribe now.