fbpx

ମାତ୍ର ୧ ଉଇକେଟ ହରାଇ ୧୫୦ ରନ ପାର୍ କଲାଣି ନ୍ୟୁଜିଲାଣ୍ଡ; ହାରିଯିବ କି ପାକିସ୍ତାନ?

Advertisement

ଓଡିଶା ଭାସ୍କର; ଆଜି ୩୫ତମ ଗୁରୁତ୍ୱପୂର୍ଣ୍ଣ ଲିଗ୍‌ ମ୍ୟାଚ୍‌ରେ ବେଙ୍ଗାଲୁରୁସ୍ଥିତ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ପାକିସ୍ତାନ- ନ୍ୟୁଜିଲାଣ୍ଡ । ପାକିସ୍ତାନ ଅଧିନାୟକ ବାବର ଆଜମ ପ୍ରଥମେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇ ନ୍ୟୁଜିଲାଣ୍ଡ ବ୍ୟାଟିଂ ଆରମ୍ଭ କରିଛି।

ମାତ୍ର ୧ ଉଇକେଟ ହରାଇ ବିପକ୍ଷ ନ୍ୟୁଜିଲାଣ୍ଡ ଶତକ ପାର୍ କରିଥିବା ଦେଖିବାକୁ ମିଳିଛି । ୨୩ ଓଭର ଜାରି ରହିଥିବା ବେଳେ କେବଳ ଡେଭନ କନୱେଙ୍କ ଉଇକେଟ ହରାଇଛି ଦଳ । ଏହା ସହ ଦଳୀୟ ସ୍କୋର ୧୫୨ରନକୁ ବୃଦ୍ଧି କରିଛି ନ୍ୟୁଜିଲାଣ୍ଡ । କହିବାକୁ କଲେ ଏହି ମ୍ୟାଚରେ ପାକିସ୍ତାନର ବୋଲିଂ ପ୍ରଦର୍ଶନ ଏତେ ଖାସ ରହି ନାହିଁ । ହେଲେ ଏହି ମ୍ୟାଚଟି ଉଭୟ ଦଳ ପାଇଁ ବେଶ୍‌ ଗୁରୁତ୍ୱବହନ କରୁଛି।

ସୂଚନା ଥାଉକି, କ୍ରମାଗତ ୪ ଥର ବିଜୟ ପରେ ୩ଥର ପରାଜୟ ହୋଇ ଆଶା ଓ ଆଶଙ୍କା ମଧ୍ୟରେ ରହିଛି ନ୍ୟୁଜିଲାଣ୍ଡ । ଯଦି ଆଉ ଗୋଟିଏ ମ୍ୟାଚ ଦଳ ହାରିଯାଏ ତେବେ ଟପ୍‌-୪ରେ ରହିବା ନ୍ୟୁଜିଲାଣ୍ଡ ପାଇଁ କଷ୍ଟକର ମଧ୍ୟ ହୋଇପଡ଼ିବ। ସେହିପରି ୭ ମ୍ୟାଚରୁ ପାକିସ୍ତାନ ଦଳ ମାତ୍ର ୩ଟି ମ୍ୟାଚ୍‌ରେ ବିଜୟ ହାସଲ କରିପାରିଛି । ଯଦି ଆଗାମୀ ମ୍ୟାଚରେ ଦଳ ପରାଜିତ ହୁଏ ତେବେ ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିବ ପାକିସ୍ତାନ । ତେଣୁ ଏହି ମ୍ୟାଚଟି ଉଭୟ ଦଳ ପାଇଁ ‘କର ଅବା ମର’ ସ୍ଥିତି ସୃଷ୍ଟି କରିଛି। ଉଭୟ ନିଜ ନିଜର ବିଜୟ ହାସଲ କରିବାକୁ ହେଲେ ଭଲ ବୋଲିଂ ସାଙ୍ଗକୁ ବ୍ୟାଟିଂ ଓ ଭଲ ଫିଲ୍ଡିଂ ମଧ୍ୟ କରିବାକୁ ପଡିବ ।

 

 

Get real time updates directly on you device, subscribe now.