fbpx

ବରିଷ୍ଠ ଓଏଏସସ୍ତରରେ ଅଦଳବଦଳ, ବଦଳିଲେ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଯୁଗ୍ମ ସଚିବ

ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ ଓଏଏସସ୍ତରରେ ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ସ୍ବତନ୍ତ୍ର ସଚିବ ବ୍ରଜଗୋପାଳ ଆଚାର୍ଯ୍ୟଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ସିଡିଆଇ ଭାବେ ବଦଳି ହୋଇଛି । ସେହିପରି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ବତନ୍ତ୍ର ସଚିବ ସରୋଜ କୁମାର ମିଶ୍ରଙ୍କ ପାଖରେ ଥିବା ଅତିରିକ୍ତ ଦାୟିତ୍ଵ ଗୃହ(ପ୍ରୋଟୋକଲ)କୁ ପ୍ରତ୍ୟାହାର କରି ନିଆଯାଇଛି ।

ବାଲେଶ୍ଵର ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧୁକାରୀ ତଥା ସିଡିଓ ବରିଷ୍ଠ ଓଏଏସ୍ ରବୀନ୍ଦ୍ର କୁମାର ସାହୁଙ୍କୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ, ଓଏଏସ୍ ରାଜେନ୍ଦ୍ର କୁମାର ରଣଜିତଙ୍କୁ କନ୍ଧମାଳ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ବିଶ୍ଵରଞ୍ଜନ ନାୟକଙ୍କୁ ବାଲେଶ୍ଵର ଜିଲ୍ଲା ପରଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ସଂଗ୍ରାମ ଶେଖର ପଣ୍ଡାଙ୍କୁ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ରେଜିଷ୍ଟ୍ରାର (ପ୍ରଶାସନ), ରାଜେନ୍ଦ୍ର ମିଞ୍ଜଙ୍କୁ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ, ଜୟଶ୍ରୀ ସେନାପତିଙ୍କୁ ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ, ସବ୍ୟସାଚୀ ପଣ୍ଡାଙ୍କୁ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ସାଧାରଣ ପରିଚାଳକ(ପ୍ରଶାସନ) ଓ ଶମ୍ଭୁ ଭୂଷଣ ମିଶ୍ରଙ୍କୁ ନବୀମୁମ୍ବାଇସ୍ଥିତ ଓଡ଼ିଶା ଭବନର ମ୍ୟାନେଜର ଭାବେ ବଦଳି କରାଯାଇଛି ।
ସେହିପରି ଓଏଏସ୍ ଗୁଣମଣୀ ସୁନାନୀ ଓ ପ୍ରତିଭା ପୃଷ୍ଟିଙ୍କୁ ସିନିୟର ଗ୍ରେଡକୁ ପଦୋନ୍ନତି ମିଳିଛି । ପ୍ରତିଭାଙ୍କୁ ଆଚାର୍ଯ୍ୟ ହରିହର କ୍ୟାନସର ସ୍ନାତକୋତ୍ତର ପ୍ରତିଷ୍ଠାନର ପ୍ରଶାସନିକ ଅଫିସର ଭାବେ ବଦଳି କରାଯାଇଥିବାବେଳେ ସୁନାନୀଙ୍କୁ ନିଜ ସ୍ଥାନରେ କାର୍ଯ୍ୟ ଜାରି ରଖିବାକୁ କୁହାଯାଇଛି । ଓଏଏସ୍ ଧରିତ୍ରୀ ମିଶ୍ରଙ୍କୁ ସମବାୟ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି ଓ ସେ ଅତିରିକ୍ତ ଭାବେ ଓସମା ଜେନେରାଲ ମ୍ୟାନେଜର ଦାୟିତ୍ୱ ତୁଲାଇବେ । ସେହିପରି ଓ ଏଏସ୍ ମମତା ରାଣୀ ନାଏକଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି ।

Get real time updates directly on you device, subscribe now.